ବରଗଡ, 30.01.2021 (ସନ୍ଧାନ ନିଉଜ୍):– ବରଗଡ଼ ଜିଲ୍ଲାରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି । ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଗଣଧାରଣା ସହିତ ଘେରାଉ କରାଯାଇଛି । ମଣ୍ଡିରେ ପଡିରହିଥିବା ସମସ୍ତ ଧାନକୁ ଉଠାଇବା, କଟନୀ ଛଟନୀକୁ ବନ୍ଦ କରିବା, DLPCକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଚାଷୀର ସମସ୍ତ ଅମଳ ଧାନକୁ ସରକାର କିଣିବା, ମଣ୍ଡିକୁ ସୁବ୍ୟବସ୍ଥିତ ଓ ସୁପରିଚାଳନା କରିବା, ମଣ୍ଡିଗୁଡିକରେ ମିଲର୍ସମାନଙ୍କ ଦୋରାତ୍ମ୍ୟ ବନ୍ଦ କରିବା, ବାତିଲ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ରାଜ୍ୟର ସମସ୍ତ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିରେ ସାମିଲ କରିବା ପରି ୮ଟି ଦାବିକୁ ନେଇ ଧାରଣା ଦେଇଛି ବିଜେପି ।
ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Related Posts
କରୋନା ଭାଇରସ୍ (Coronavirus) ପରେ ଏବେ ଆସିଲା ୟାରା ଭାଇରସ୍ Yaravirus
ବହୁ ପୁରାତନ ମର୍ଜିତାପୁର ହିଙ୍ଗୁଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ,,
କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା : ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି


