ଚାଷୀ ଙ୍କ ଭୟ ରେ ଲୁଚିଲେଣି ସମବାୟ ସମିତି ସମ୍ପାଦକ ମାନେ।

Spread the love

ଭଦ୍ରକ ୨୭/୨/୨୬ (ସନ୍ଧାନ ନ୍ୟୁଜ) ଭଦ୍ରକ  ଜିଲ୍ଳା ରେ ସମସ୍ତ ସମବାୟ ସମିତି ରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ି ରହିଛି। ମିଲ୍ ମାନଙ୍କ ଅସହଯୋଗ ପାଇଁ ଧାନ ମଣ୍ଡି ରୁ ଧାନ ଉଠୁ ନାହିଁ। ଚାଷୀ ମାନେ ନାହିଁ ନ ଥିବା ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି। ବନ୍ତ ବ୍ଲକ ର ସରମରା, ଗଣିଜଙ୍ଗ, ଟିଲୋ ସମବାୟ ସମିତି ରେ ବେପାରୀ ମାନେ ତାଙ୍କ ଧାନ କୁ ସମ୍ପାଦକ ଙ୍କ ସହାୟତା ରେ ମିଲ କୁ ପଠାଉ ଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଆଗକୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇ ଥିବାରୁ ଚାଷୀ ମାନଙ୍କ ସମସ୍ୟା ଆହୁରି ଅଧିକ ହେବ ବୋଲି ସୂଚନା ମିଳିଛି। ଅଳ୍ପ ଦିନ ତଳେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଙ୍କ କକ୍ଷ ରେ ଯୋଗ ଦେଇ ମାନ୍ୟବର ଖାଉଟି କଲ୍ୟାଣ ବିଭାଗ ର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହି ଛନ୍ତି କୌଣସି ଚାଷୀ ମାନେ ହଇରାଣ ହେବେ ନାହିଁ। ଏଠାରେ ଯଦି ସରକାର ଆଗାମୀ ଦିନ ରେ ଚାଷୀ ଙ୍କ ସମସ୍ୟା କୁ ଦୁର କରି ବା ପାଈଁ ଖାସ ପଦକ୍ଷେପ ନ ନିଅନ୍ତି। ଚାଷୀ ମାନେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ

Related Posts

About The Author

Add Comment