ଚାରି ଡକାୟତ ଗିରଫ ; ମାରଣାସ୍ତ୍ର ଜବତ
ରାଉରକେଲା, ୨୨/୭ (ସନ୍ଧାନ ନିୟୁଜ):ସୁନ୍ଦରଗଡ ଜିଲା ରାଉରକେଲାରୁ ଚାରି ଜଣ ଡକାୟତଙ୍କୁ ପ୍ଲାଣ୍ଟସାଇଡ ପୁଲିସ ଗିରଫ କରିଛି। ଅଭିଯୁକ୍ତ ମାନଙ୍କ ନିକଟରୁ ୩ଟି ଭୁଜାଲି ସହ ଏକ ବନ୍ଧୁକ ଜବତ ହୋଇଛି। ପୁଲିସର କହିବା ମୁତାବକ ଏହି ଅଭିଯୁକ୍ତ ମାନେ ବିଭିନ୍ନ ଚୋରି, ଡକାୟତି ଓ ଛିନତାୟି ଆଦି କାର୍ଯ୍ୟରେ ଲିପ୍ତ ଥିଲେ। ଚାରି ଜଣ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଜାଲି(୪୨), ମହମ୍ମଦ ଅଫତାଭ(୨୪) ମହମ୍ମଦ ରାଜା(୩୪) ଏବଂ ମହମ୍ମଦ ଚାନ୍ଦ (୩୦)। ଏହି ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଆଇନ ଲଗାଯାଇଛି।
Related Posts
About The Author