ଚାନ୍ଦବାଲି: (ସନ୍ଧାନ ନ୍ୟୁଜ୍) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଂଶଡା ଥାନା କାର୍ଯ୍ୟରତ ଏଏସଆଇ ଗୁରୁଚରଣ ବେହେରାଙ୍କୁ ମୋବାଇଲ୍ ଫୋନ୍ ରେ ଧମକ ଦେବା ଘଟଣା ଭାଇରାଲ୍ ହେବା ପରେ ସମସ୍ତ ବିରୋଧୀ ଦଳ ନେତା ଏହାକୁ ଅତ୍ୟନ୍ତ ନିନ୍ଦା କରିବା ସଙ୍ଗେ ସଙ୍ଗେ ଯାହାକୁ ନେଇ ରାଜ୍ୟରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ବିଧାୟକ ଜଣକ ନିଜର କଥାବାର୍ତ୍ତା ରେ ସମସ୍ତ ସୀମା ଉଲଘଂନ କରି ଅହୁରିମଧ୍ୟ କହିଛନ୍ତି କୋରାପୁଟ ଜିଲ୍ଲାର ମୋଟୁ କୁ ବଦଳି କରିଦେବେ ବୋଲି । ଏଥିରୁ ସ୍ପଟ ଜଣା ପଡୁଛି ଯେ ସବୁ ପୋଲିସ୍ ଅଫିସର ଙ୍କ ବଦଳି ବିଧାୟକ ମାନଙ୍କ ହାତରେ ବୋଲି। ଏହାକୁ ଭଦ୍ରକ ବିଜେପି ତରଫରୁ ତ୍ରିବ ନିନ୍ଦା କରି ଆନ୍ଦୋଳନ କୁ ଓହ୍ଲାଇବା ସଙ୍ଗେ ସଙ୍ଗେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଙ୍କ ର କୁଶ ପୁତ୍ତଳିକା ଦାହ କରିଛନ୍ତି। ଏବଂ ବିଧାୟକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ଏହାର କୌଣସି ସୁଫଳ ନମିଳିଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି।ତେବେ ଏହି ଅଡିଓ କଲକୁ ନେଇ ସଫେଇ ଦେଇଛନ୍ତି ବିଧାୟକ ବ୍ୟୋମକେଶ । ମୋ ଅଡିଓ କଲକୁ ବିଭ୍ରାନ୍ତ କରି ଭାଇରାଲ କରାଯାଇଛି ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସଫେଇ ଦେଇଛନ୍ତି ମୁଁ ଗରିବ ଲୋକଙ୍କ ପାଇଁ ସଦାସର୍ବଦା ଲୋକଙ୍କ ପାଇଁ କହିବି ଏବଂ ଲଢେଇ କରିବି’ ବୋଲି ବିଧାୟକ ସଫେଇ ଦେଇଛନ୍ତି ।
ଚାନ୍ଦବାଲି ବିଧାୟକ ଙ୍କ କୁଶ ପୁତ୍ତଳିକା ଦାହ
|
March 26, 2021 |



