ଚାକିରି ଆରମ୍ଭରୁ ଲାଞ୍ଚନେଇ ଧରାପଡ଼ିଲେ ପୋଲିସବାବୁ

Spread the love
ଭଞ୍ଜନଗର, ୨୫/୦୬ (ସନ୍ଧାନ ନିଉଜ୍) : ଟ୍ରେନିଂ ପରେ ଗତ ୨ ମାସ ହେଲା ଜଏନ୍‌ କରିଛନ୍ତି। ଚାକିରି ଆରମ୍ଭ କରୁ କରୁ ଏକ ଗଣ୍ଡଗୋଳ ମାମଲାର ସମାଧାନ ପାଇଁ ନେଉଥିଲେ ୩୦୦୦ ଟଙ୍କା ଲାଞ୍ଚ। ଏମିତି ଜଣେ ଲାଞ୍ଚୁଆ ପୁଲିସ୍‌ ବାବୁଙ୍କୁ ଆଜି ଧରିଛି ବ୍ରହ୍ମପୁର ଭିଡିଲାନ୍ସ ବିଭାଗ।
କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁରେ ଘର ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ପି.ରାଜା ସେନାପତି ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ପ୍ରୋବେସନ୍‌ରେ ଥିବା ଏସ୍‌.ଆଇ. ସିଦ୍ଧାର୍ଥ କୁମାର ଗୌଡ଼ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ଯୋଜନା ମୁତାବକ ପି.ରାଜା ସେନାପତି ଆଜି ଲାଞ୍ଚ ବାବଦକୁ ୩୦୦୦ ଟଙ୍କା ଏସ୍‌ଆଇଙ୍କୁ ଦେଉଥିବା ବେଳେ ରେଡ୍‌ ହେଣ୍ଡରେ ଧରିଥିଲେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ର ସଦସ୍ୟମାନେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲା। ଭିଜିଲାନ୍ସ ଏସ୍‌ଆଇଙ୍କ ନାଁରେ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment