ଚାଉଳ ବଣ୍ଟନରେ ଅନିୟମିତତା ,ଧାରଣାରେ ବସିଲା ପରେ ମିଳିଲା ଚାଉଳ

Spread the love

ସୁନ୍ଦରଗଡ ତା:୨୮/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ)  ପଂଚାୟତରେ ଆବାନ୍ତିତ ପରିମାଣ ଠାରୁ କମ ଆକାରରେ ଅଧିକାରୀ  ଚାଉଳଦେବା ସହିତ  ଠିକାଦାର ବାଟ ମରଣା କରୁଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷକରି ପ୍ରତ୍ୟେକ ବସ୍ତାରେ ୩ ରୁ ୫କେଜି କମ ଆସିବା ଅଭିଯୋଗ ଆସିଥିଲା ।ଏହିକ୍ରମରେ ଏକ ମାସରେ ୩ ହଜାର କୁଇଣ୍ଟାଲ ଚାଉଳ ହଡପ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଳଟିଛି । ଏହି ବିଷୟ ଅନେକ ମହଲରେ ଖବର ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନତରଫରୁ ତନାଘନା ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ଜିଗଣ ବିଭାଗ,ମିଲର, ଠିକାଦାର କୌଣସି ପ୍ରକାରେ ଏହାକୁ ଚାପିଦେବାକୁଚେଷ୍ଟା ଚାଲିଥିଲା । ପଂଚାୟତ ଯୋଗାଣ ବିଭାଗ ତରଫରୁ ଠିକ ମାତ୍ରାରେ ଚାଉଳ ମିଳୁଥିବାର ଏକ ଲିଖିତ ପତ୍ର ଲେଖାଇ ନେଉଥିବା ଜଣାପଡିଥିଲା । ଏହି କ୍ରମରେ ଟାଙ୍ଗରପାଳି ବ୍ଲକର ଛଟେନପାଳି ପଞ୍ଚାୟତ ରେ ହିତାଧିକାରୀଙ୍କୁ କମ ଚାଉଳ ଦେବାପରେ ଏହି ଅଭିଯୋଗ ହୋଇଥିଲା ମାତ୍ର ଏହାକୁ ଯୋଗାଣ ଅଧିକାରୀ କର୍ଣ୍ଣପାତ ନ କରିବାରୁ ଧାରଣାର ଚେତାବନୀ ଦେବାପରେ ବାକି ଚାଉଳ ଦେଇଥିବା ଜଣାପଡିଛି । ଓଜନ ମେସିନରେ ହେରଫେର କରି ଏପରି କାର୍ଯ୍ୟ କରାଯିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୧୧ତାରିଖରେ ସୁଶାନ୍ତ କୁମାର ସେଟ ଙ୍କୁ ତାଙ୍କ ମାଆ କୁମୁଦିନି ସେଟ ଙ୍କ ରାସନ କାର୍ଡରେ ଚାରିଜଣଙ୍କ ନାମରେ ଦୁଇ ମାସର ଚାଉଳ ୪୦କେଜି ଚାଉଳ ଦିଆଯାଇଥିବା ବେଳେ ତାହା ଅନ୍ୟତ୍ର ଓଜନ କଲାପରେ ଏହା ୩୬କେଜି ୭୦୦ଗ୍ରାମ ହୋଇଥିଲା ଏହିପରି ଆଉ କେତେକ ହିତାଧିକାରୀଙ୍କ ମଧ୍ୟ ଅଭିଯୋଗ ଆସିବାରୁ ସୁଶାନ୍ତ ସେଟ ଯୋଗାଣ ବିଭାଗ ଅଧିକାରୀ ସାମ୍ନାରେ ପୁନର୍ବାର ଓଜନପରେ ମେସିନ ତ୍ରୁଟିର ଅଭିଯୋଗ ଆସିଥିଲା । ଏହି ଅନିୟମିତତା ଖବର ପାଇ ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ହିତାଧିକାରୀଙ୍କୁ ପୁରା ଚାଉଳ ଦେବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ କେତେକ ଦିନରୁ ଏହି ଠକେଇ କାର୍ଯ୍ୟ ଚାଲିଛି ତାର ଉଚିତ କାର୍ଯନୁଷ୍ଠାନ ଗ୍ରହଣ କରିବାକୁ ବିଡ଼ିଓଙ୍କୁ ଦାବି କରିଛନ୍ତି ।

Related Posts

About The Author

Add Comment