ଚଳିତ ବର୍ଷ ମୋ ଉପକାରୀ ବଗିଚା ମାଧ୍ୟମରେ ୧୫ ହଜାର ହିତାଧିକାରୀ ଉପକୃତ ହେବେ

Spread the love

ଯାଜପୁର, ୧୪/୧୦/୨୦୨୦ (ସନ୍ଧାନ ନିଉଜ) : ପ୍ରତ୍ୟେକ ପରିବାର ସକାଳୁ ଉଠିଲେ ଚିନ୍ତା କରନ୍ତି ପରିବା ପାଇଁ । ବିଶେଷ କରି ଗୃହିଣୀର ହାଣ୍ଡିଶାଳ ଚିନ୍ତା ତ ଗୃହସ୍ଥର ବଜାର ଚିନ୍ତା । ତେବେ ସରକାର ଚଳିତ ବର୍ଷ ଠାରୁ ଏକ ଅଭିନବ ଯୋଜନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ସହଯୋଗର ହସ୍ତ ସଂପ୍ରସାରିତ କରିଚ୍ଥନ୍ତି । ମୋ ଉପକାରୀ ବଗିଚା ନାମରେ କିଚେନ ଗାର୍ଡନ ବା ରୋଷେଇ ଘର ବଗିଚା ମାଧ୍ୟମରେ ପରିବାରର ପରିବା ଚିନ୍ତାକୁ ଦୂର କରାଯାଇପାରୁଚ୍ଥି । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଳ୍ାକୁ ଚଳିତ ବର୍ଷ ୧୫ ହଜାରଟି ମୋ ଉପକାରୀ ବଗିଚାର ଧାର୍ଯ୍ୟଲକ୍ଷ୍ୟ ଆସିଚ୍ଥି । ଧାର୍ଯ୍ୟଲକ୍ଷ୍ୟ ୧୫ ହଜାର ମଧ୍ୟରୁ ୧୫୩୫୧ ହିତାଧିକାରୀଙ୍କୁ ଚୟନ କରାଯାଇ ୧୪୬୨୭ ଟିକୁ ମଂଜୁରୀ ମିଳିଚ୍ଥି ।

ପ୍ରଥମ ପର୍ଯ୍ୟାୟରେ ୧୪୫୦ ଟି ମୋ ବଗିଚାର କାର୍ଯ୍ୟ ଆରମ୍ଭ ହୋଇ ୧୧୧୦ ଟିର ପୂର୍ଣ୍ଣାଙ୍ଗ ହୋଇଚ୍ଥି । ଗୋଟିଏ ଗୋଟିଏ ମୋ ବଗିଚା ପ୍ରକଳ୍ପର ମୂଲ୍ୟ ୧୩୭୩୨ ଟଙ୍କା ରହିଚ୍ଥି । ସେଥିରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୧୩୪୮୨ ଟଙ୍କା ଓ ଓଡିଶା ଜୀବିକା ମିଶନର ୨୫୦ ଟଙ୍କା ଅନ୍ତର୍ଭୁକ୍ତ । ମଂଜୁର ହୋଇଥିବା ୧୪୬୨୭ ପ୍ରସଳ୍ପ ମଧ୍ୟରେ ବଡଚଣା ବ୍ଳ୍କର ୧୪୮୨, ବରୀ ୮୯୮, ବିଂଝାରପୁର ୧୨୮୬, ଦାନଗଦୀ ୧୬୧୭, ଦଶରଥପୁର ୨୬୦୮, ଧର୍ମଶାଳା ୩୧୨୮, ଯାଜପୁର ୧୧୨୭, କୋରେଇ ୧୬୬, ରସୁଲପୁର ୬୦୦ ଓ ସୁକିନ୍ଦାରେ ୨୪୩୯ ହିତାଧିକାରୀ ରହିଚ୍ଥନ୍ତି ବୋଲି ଏମ୍.ଜି.ଏନ୍.ଆର.ଜି.ଏସ୍. ର ସଂଯୋଜକ ଚିନ୍ମୟ ସିଂ ସୂଚନା ଦେଇଚ୍ଥନ୍ତି । ୩ ଡିସିମିଲ ବା ୧୨୦୦ ବର୍ଗ ପୁଂଟ ଅଞ୍ଚଳ ମଧ୍ୟରେ ଏହି ବଗିଚା ପ୍ରସ୍ତୁତିର ଲକ୍ଷ୍ୟ ରଖାଯାଇଚ୍ଥି । କ୍ଷେତ୍ର ପ୍ରସ୍ତୁତି ପଂସଲର ସୁରକ୍ଷା ପାଇଁ ବାଡ ବ୍ୟବସ୍ଥା ସହ ସ୍ଥାୟୀ ପରିବା ଭାବେ କଦଳୀ, ଅମୃତଭଣ୍ଡା, ସଜନା ଓ ଲେମ୍ୱୁ ଗଚ୍ଥ ଲଗାରେ ଏହା ବ୍ୟୟ ହେବ । ତେବେ ଏହି ଗଚ୍ଥ ଗୁଡିକ ବଗିଚାର ଚାରିକଡେ ଏପରି ଲଗାଯିବ ଯେପରି ତାହ ଅନ୍ୟ ପଂସଲକୁ କ୍ଷତି ପହଞ୍ଚାଇବ ନାହିଁ । ଅପରନ୍ତୁ ଶାଗ, ଭେଣ୍ଡି, କାକୁଡି ଇତ୍ୟାଦି ହିତାଧିକାରୀ ତା ନିଜସ୍ୱ ଚାହିଦା ମୁତାବକ ଲଗେଇ ଉତ୍ପାଦନ କରିପାରିବ । ଦୈନିକ ଅନୁ୍ୟନ ଏକ କି.ଗ୍ରା ପରିବା ସଂଗ୍ରହର ଲକ୍ଷ୍ୟ ରଖାଯାଇଚ୍ଥି । ଏହା ଏକ ସୁନ୍ଦର ଯୋଜନା । ଏହା ମାଧ୍ୟମରେ ସଂପୃକ୍ତ ପରିବାରର ପରିବା ସମସ୍ୟା ଦୂର ହେବା ସହ ପୁଷ୍ଟିକର ତଟକା ପରିବା ମଧ୍ୟ ପାଇପାରିବେ ବୋଲି ଜିଲ୍ଳ୍ାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଶାବ୍ୟକ୍ତ କରିଚ୍ଥନ୍ତି । ଏ ସଂପର୍କରେ ବିଶେଷଜ୍ଞ ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା । ପ୍ରତି ବ୍ଳ୍କ ଓ ପଞ୍ଚାୟତ ସ୍ତରରେ ଜି.ଆର.ଏସ୍. ମାଷ୍ଟର ବୁକ୍ କିପର ବା ଏମ୍.ବି.କେ. ଙ୍କୁ ପ୍ରଶିକ୍ଷିତ କରାଯାଇଚ୍ଥି । ସେମାନେ ସଂପୃକ୍ତ ହିତାଧିକାରୀ ମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଯୋଜନାକୁ ସପଂଳ କରିବାକୁ ଉଦ୍ୟମରତ ବୋଲି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି । ସମସ୍ତ ବି.ଡି.ଓ., ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜି.ଆର୍.ଏସ୍. ମାନେ ଏହାକୁ ତଦାରଖ କରୁଚ୍ଥନ୍ତି ଓ ନିଜେ ହିତାଧିକାରୀ ମଧ୍ୟ ଆଗ୍ରହୀ

Related Posts

About The Author

Add Comment