ଚରମ୍ପା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମେଗା ଚକ୍ଷୁ ଚିକିତ୍ସା ଶିବିର

Spread the love

ଭଦ୍ରକ, ୨୪/୧୧ (ସନ୍ଧାନ ନିଉଜ) : ଚରମ୍ପା ବରିଷ୍ଠ ନାଗରିକ ସଂଘ ଦ୍ୱାରା ଆୟୋଜିତ ତଥା ରୋଟାରୀ କ୍ଳବ ଭଦ୍ରକ ଓ ଏ.ପି.ଜେ. ଅବଦୁଲ କାଲାମ ଚ୍ୟାରିଟେବୁଲ ଟ୍ରଷ୍ଟର ସହଯୋଗିତାରେ ରମ୍ଭିଳା ସ୍କୁଲ ପଡ଼ିଆରେ ଏକ ବିଶାଳ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ରୋଟାରୀ କ୍ଳବ ପକ୍ଷରୁ ରୋଟାରିଆନ ଶିଶିର ମିଶ୍ର ଏବଂ କାଲାମ ଚ୍ୟାରେଟିବୁଲ ଟ୍ରଷ୍ଟର ଉପସଭାପତି ଶମ୍ଭୁନାଥ ନାୟକ, ରମ୍ଭିଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଚରମ୍ପା ବରିଷ୍ଠ ନାଗରିକ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱରେ ଏକ ସଚେନତତା ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନର ପରିକଳ୍ପନା, ଏହାର ଆବଶ୍ୟକତା ଏବଂ ସଂଘର ପରବର୍ତ୍ତୀ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । କଟକ ରୋଟାରୀ ଚକ୍ଷୁ ଚିକିତ୍ସା ଓ ଗବେଷଣା କେନ୍ଦ୍ରର ଡାକ୍ତର ବିବେକ କୁମାର ଯୋଗ ଦେଇ ଚକ୍ଷୁ ରୋଗର କାରଣ ଓ ଏହାର ଘରୋଇ ଉପଚାର ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉକ୍ତ ଶିବିରରେ ଚିହ୍ନଟ ହୋଇଥିବା ସମସ୍ତ ମୋତିଆବିନ୍ଦୁ ଚକ୍ଷୁ ରୋଗୀଙ୍କର କଟକ ବିଡ଼ାନାସୀ ସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ ମାଗଣାରେ ସେମାନଙ୍କ ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପଲେଇ, କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ, ଉପସଭାପତି ଜ୍ଞାନରଂଜନ ଜେନା, କାର୍ଯ୍ୟକାରୀ ସଦସ୍ୟ ସୁରେନ୍ଦ୍ର ମଲିକ, ବିଶ୍ୱନାଥ ବେହେରା, ବିଜୟ କୁମାର ସେନାପତି, ବିଜୟ କୁମାର ଶୁକ୍ଳ, ପ୍ରଦୀପ କୁମାର ବାରିକ, ମାନସ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ମୋଟ ୩୨୯ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୩୭ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇଥିଲା । ରୋଟାରୀ ଚକ୍ଷୁ ଚିକିତ୍ସାଳୟର ଏକ ଟିମ୍ ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ବରିଷ୍ଠ ନାଗରିକ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment