ଚଣ୍ଡିଖୋଲ, ୨୬/୩ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ବ୍ୟବସ୍ଥାୟିକ ଫେଣ୍ଠସ୍ଥଳ ଚଣ୍ଡିଖୋଲରେ ସ୍ଥିତ ସଂଗୀନ ରହିଥିବା ବେଳେ ପରିବା ବଜାରରେ ଯେଭଳି ଭିଡ ଲାଗିରହିଥିଲା ପ୍ରଶାସନର ପଦକ୍ଷେପ ପରେ ହୁଏତ ଟିକିଏ ଭିଡ କମିଛି । ମାତ୍ର ଏବେ ପରିବା ଦରରେ ହୁତହୁତୁ ହୋଇବଢ଼ିବାରେ ଲାଗିଛି । ଆଳୁ କିଲୋ ପ୍ରତି ଏବେ କେୁଉଁଠି ୨୪ ତ କିଏ ୨୬ରେ ବିକି୍ର କରିବାରେ ଲାଗିଛନ୍ତି । ଏପରକି ଗୋଟିଏ ଗୋଟିଏ ପ୍ୟାକେଟ ଫିଛା ୧୦୦୦ଟଙ୍କାରୁ ଅଧିକ ଟଙ୍କାରୁ ଅଧିକ ଏବଂ ପିଆତ ରସୁଣ ମଧ୍ୟ ଅତ୍ୟାଧିକ ଚଢ଼ାରେଟ୍ରେ ବିକି୍ର କରୁଥିବା ଅଭିଯୋଗ ହେଉଛି । ଚଣ୍ଡିଖୋଲ ବ୍ୟବସ୍ଥାୟୀ ମାନେ କିଛି ପରିମାଣରେ ଆଳୁ ପିଆଜ ରସୁଣ ଆଜି ଲୁଚାଇ ରଖିବା ଆରମ୍ଭ କରିଛନ୍ତି । ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଅନ୍ୟପଟରେ ଓøଷଧ୍ୟରେ ମଧ୍ୟ କଳାବଜାରୀ ଆରମ୍ଭ ହୋଇଛି । ଚଣ୍ଡିଖୋଲ ଛକରେ ଥିବା ଏକମାତ୍ର ପ୍ରଧାନମନ୍ତ୍ରୀ ଜନେଓøଷଧ୍ୟକେନ୍ଦ୍ରକୁ ମୁଷ୍ଟିମେୟ େଓøଷଧ୍ୟ ଦୋକାନୀ ଟଙ୍କା ଦେଇ ତିନିଦିନ ଧରି ବନ୍ଦ କରାଇଦେଇଛନ୍ତି । ସାଧରଣ ରୋଗ ପାଇଁ କମ ଦରରେ ମିଳୁଥିବାରୁ ବହୁ ରୋଗୀ ଏହା ଉପରେ ନିର୍ଭର କରୁଛନ୍ତି । ମାତ୍ର ତିନିଦିନ ଧରି ବନ୍ଦ ରହିବା ଫଳରେ ଲୋକମାନେ ନିକଟସ୍ଥ ଦୋକାନୀରୁ ଉଚ୍ଚରେଟରେ େଓøଷଧ୍ୟ କିଣିବାକୁ ବାଧ୍ୟ ହେଉଛନ୍ତି । ଏପରି ଜନେଓøଷଧ୍ୟ ଦୋକାନୀକୁ ପଚାରିଲେ ସାନିଟେସନ ନାହିଁ ବାହାନ କରି ଖୋଲିନଥିବା ଉତ୍ତର ରଖିଛି । ମାତ୍ର ଅନ୍ୟ ଓøଷଧ୍ୟ ନବିକି୍ର କରି ବନ୍ଦ କରିବା ଯୋଗୁ ଗରିବ ରୋଗୀ ମନେ ହଇରାଇ ହେଉଛନ୍ତି । ଏପରକି ସମସ୍ତ ଓøଷଧ୍ୟ ଦୋକାନୀ ମାନେ ଓøଷଧ୍ୟରେ ଛାଡ ନକରି ଫୁଲ ପି୍ରଂଟ୍ ହୋଇଥିବା ମୂଲ୍ୟ ରଖୁଛନ୍ତି । ନିୟମ ମୁତାବକ ସବସ୍ତ ଓøଷଧ୍ୟରୁ ୩୦ପ୍ରତିଶତ ଛାଡ କରି ବିକି୍ର ହେବା କଥା ଏପରକି ଅନ୍ୟ କେତକ ଓøଷଧ୍ୟରେ ୫୦ପ୍ରତିଶତ ଛାଡ ହେବାର ନିୟମ ରହିଛି । ମାତ୍ର ଓøଷଧ୍ୟ ଦୋକାନୀ ମାନେ ତାହା କରୁନାହାନ୍ତି । ଏହା ବରୁଧରେ ଆଜି କେତକ ଲୋକ ଅଭିଯୋଗ କରିଛନ୍ତି । ପ୍ରଶାସନ ଏହା ଉପରେ କଢ଼ା ନଜରି ରଖିବା ସହିତ କମ ଦରରେ ଓøଷଧ୍ୟ ଦେବା ପାଇଁ ନିଦେ୍ର୍ଦଶ ଦେବା ସହିତ ଯେଉଁମାନେ ଚଢ଼ାଦରରେ ଓøଷଧ୍ୟ ବିକି୍ର କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧରଣରେ ଦାବି ହେଉଛି ।
ଚଣ୍ଡିଖୋଲରେ ପରିବା ଏବଂ ଔଷଧ କଳାବଜାରୀ, ପ୍ରଶାସନର ନଜର ପଡୁନି
|
March 26, 2020 |



