ମାଛ, ମାଂସ ଦୋକାନ ନାହିଁ ପଞ୍ଜିକରଣ
ହୋଟେଲରେ ଗ୍ରାହକଙ୍କୁ ଦିଆଯାଉଛି ବାସି ଖାଦ୍ୟ
ପୋଡା ତେଲ ଏବଂ ନିମ୍ନମାନର ତେଲର ହେଉଛି ଏକାଧିକଥର ବ୍ୟବହାର
ଚଣ୍ଡିଖୋଲ, ୨୩/୦୫ (ସନ୍ଧନ ନିଉଜ) : ଖାଦ୍ୟ ଜୀବବନର ଏକ ମୌଳିକ ଉତ୍ସ । ସେଥିପାଇଁ ଆମ ସମ୍ବିଧାନରେ ଖାଦ୍ୟକୁ ମୌଳିକ ଅଧିକାର ଭାବରେ ବିବେଚନା କରାଯାଇଛି । ଏଥିପାଇଁ ବିଭିନ୍ନ ନିୟମ ମଧ୍ୟ ପ୍ରଣୟଣ କରାଯାଇଛି । ୧୯୯୨ ମସିହାରେ ସମ୍ବାଧାନରେ ଏଥିପାଇଁ କେତକ ଗୁରୁତ୍ୱପୂଣ୍ଣ ନିୟମ କରାଯାଇଥିବା ବେଳେ ଧାରା ୩୪ରେ ଏହାକୁ ଅନ୍ତଭୂକ୍ତ କରାଯାଇ ଏହାକୁ ଭାରତର ସମସ୍ତ ଖାଦ୍ୟ ପ୍ରସ୍ତୁତ କମ୍ପନୀ, ଦୋକାନ ଗୁଡିକକୁ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେବାପାଇଁ ନିୟମ ହୋଇଛି । ଏପରକି ଏହାକୁ ୨୦୦୬ , ୨୦୧୧ ମସିହାରେ ପ୍ରଥମିକତା ଭାବରେ କେତକ ନିୟମ ପରିବର୍ତ୍ତନ କରାଯାଇ ସମସ୍ତ ଖାଦ୍ୟ ପ୍ରସ୍ତୁତ କମ୍ପାନୀ ଏବଂ ଦୋକାନୀ ସହିତ ଖାଦ୍ୟ ଯେଗାଉଥିବା କମ୍ପନୀ ସମେତ ଛୋଟବଡ ଦୋକନୀ ମାନଙ୍କୁ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଧିକାରୀ (ଫାସାଇ) ପଞ୍ଜିକରଣ ବାଧ୍ୟତମୂଳକ କରାଯାଇଛି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବଜାର ଏକ ମୁଖ୍ୟ ବଜାର ଭାବେ ପରିଗଣିତ ହୋଇଥାଏ । ଏହା ଜାତୀୟ ରାଜପଥ ୧୬ ନମ୍ବର କଡରେ ଅବସ୍ଥାପିତ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ସିଧାସଳକ ସଂଯୋଗ କରୁଛି । ଯାହା ଫଳରେ ଏଠାରେ ପ୍ରତିଦିନ ରାଜ୍ୟ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନଙ୍କ ଯାତାୟତ ହୋଇଥାଏ । ଏହି ଦୃଷ୍ଟିରୁ ଏଠାରେ ଖାଦ୍ୟ ପ୍ରସ୍ତୁତ ଦୋକାନ ଠାରୁ ଖାଦ୍ୟ ବିକ୍ରି କରୁଥିବା ବହୁ ଦୋକାନ ମାନ ଗଢ଼ି ଉଠିଛି । ଏପରକି ଅନେକ ଛୋଟବଡ ହୋଟେଲ,ଢ଼ାବା,ଜଳଖିଆ ଦୋକାନ ସହିତ ବଜାର ଉପରେ ମାଛ ଏବଂ ମାଂସ ଦୋକନା ବସାଯାଇଛି । କିନ୍ତୁ ଏହି ହେଟେଲ ଗୁଡିକ ଲୋକଙ୍କ ସ୍ୱାସ୍ଥ୍ୟ ହିତ ଦୃଷ୍ଟିରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ନାଁ ଏମାନେ ଭାରତ ସରକାରଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ସଂସ୍ଥା ପାସାଇରେ ପଞ୍ଜିକରଣ କରିଛନ୍ତି । ଏପରିକି ଚଣ୍ଡିଖୋଲ ଛକର ୪ଟି ଜନଗହଳି ପୂଣ୍ଣ ସ୍ଥାନରେ ମାଂସ ଏବଂ ମାଛ ଦୋକାନ ବିକ୍ରି କରାଯାଉଥିବା ବେଳେ ଯାହାକି ସମ୍ପୁଣ୍ଣ ନିୟମ ବାହାରେ । ଏହି ମାଛ ମାଂସ ଗୁଡିକକୁ କୌଣସି ପାତ୍ରରେ ଆବଧ ନକରି ଖୋଲାରେ ବିକ୍ରି କରାଯାଉଛି । ଯଦି କୌଣସି ବ୍ୟକ୍ତି ମାଛ ଏବଂ ମାଂସ ଦୋକାନ କରିବାକୁ ଛାହୁଁଥାଏ ତେବେ ସର୍ବପ୍ରଥମେ ପାସାଇ ନିକଟରେ ପଞ୍ଜିକରଣ କରିବା ପରେ ସ୍ଥାନୀୟ ପଂଚାୟତରୁ ଅନୁମୋଦନ ପ୍ରମାଣପତ୍ର ପାଇବା ପରେ ଦୋକାନ କରିପାରିଥାଏ । ମାତ୍ର ଏଠାରେ ସେଭଳି କୌଣସି ନିତି ନିୟମ ପାଳନ କରାଯାଉନାହିଁ । ଅପର ପଟରେ ଏଠାରେ ବଡ ବଡ ଦୁଇଟି ହୋଟେଲ, ସମେତ ୨୫ଟି ଖାଦ୍ୟ ପ୍ରସ୍ତୁତ ହୋଟେଲ ଏବଂ ୨୦ଟି ଜଳଖିଆ ଦୋକନ ଏବଂ ୩୫ଟି ଉଠା ଜଳଖିଆ ଦୋକନ,୧୫ଟି ଫାଷ୍ଟ ଫୁଡ୍ ଦୋକାନ ରହିଅଛି । ଏଥିସହିତ ରାଜପଥ କଡରେ ବିଭିନ୍ନ ଢ଼ାବା ମାନ ଗଢ଼ି ଉଠିଛି । କିନ୍ତୁ ଏହି ସମସ୍ତ ହୋଟେଲ ଗୁଡିକରୁ ଅଧିକାଂଶ ହୋଟେଲର ମଧ୍ୟ ପାସାଇ ଦ୍ୱାରା ପଞ୍ଜିକରଣ ପ୍ରପ୍ତ ହୋଇନାହାନ୍ତି । ଏହା ସତ୍ତ୍ୱେ ଏହି ଖାଦ୍ୟ ପ୍ରସ୍ତୁତ ଦୋକାନଗୁଡିକ ଲୋକଙ୍କ ସ୍ୱାସ୍ଥ୍ୟର ହିତ ଦୃଷ୍ଟିରୁ ଖାଦ୍ୟ ବି ପ୍ରସ୍ତୁତ କରୁନାହାନ୍ତି । ଏପରକି ବହୁବାର ପୋଡାତେଲ ଏବଂ ନମ୍ନମାନର ତେଲର ବ୍ୟବହାର କରୁଛନ୍ତି । ଯାହା ପଳରେ ଜନସାଧରଣ ବିଭିନ୍ନ ପେଟ ରୋଗ ସହିତ ଅନ୍ୟାନ ରୋଗରେ ପିଡିତ ହେଉଛନ୍ତି । ସେମାନଙ୍କ ହୋଟେଲ ଗୁଡିକକୁ ମଧ୍ୟ ସଠିକ୍ ଭାବରେ ସଫା ସୁତରା ରଖୁନଥିବା ବେଳେ ମୁଖ୍ୟତଃ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନଟି ଅତି ଅପରିଷ୍କାର ରହୁଛିି । ଏପରକି କେତେକ ହୋଟେଲ ବାସି ଖାଦ୍ୟକୁ ନପିଙ୍ଗି ପୁର୍ନବାର ଗ୍ରାହକମାନଙ୍କୁ ଦେଉଛନ୍ତି । ସେହିପରି କିଛି ହେଟେଲ ଡିଜିଟାଲ ଇଣ୍ଡିଆ ଦ୍ୱାରା ପରିଚାରିଳ ଇ ପେମେଂଟ ବ୍ୟବସ୍ଥାକୁ ନରଖିଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ମୁଖ୍ୟତଃ ଛତୁ ଦୋକାନୀ ମାନେ ବାସି ଛତୁକୁ ବିକ୍ରି କରିଦେଇଥାନ୍ତି । ଏହି ଛତୁରେ ଛୋଟଛୋଟ ପୋକ ରହୁଥିବାରୁ ତାହା ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ପାଷ୍ଟ ଫୁଡ ଦୋକନୀ ମାନେ ଖାଦ୍ୟକୁ ସୁସ୍ୱାଦ କରିବା ପାଇଁ କିଛି କେମିକାଲର ବ୍ୟବହାର କରିଥାନ୍ତି । ଏବଂ ବହୁମାତ୍ରାରେ ଅଧିକ ଦାମ ନେଇକି ବାସି ଖାଦ୍ୟ ବିକ୍ରି କରିଥାନ୍ତି । ନିକଟ ଅତିତରେ ଅଭିଯୋଗ ହେବା ଫଳରେ ଏକ ହୋଟେଲରେ ବାସି ଖାଦ୍ୟ ଦିଆଯାଉଥିବାରୁ ତାହା ଉପରେ ଖାଦ୍ୟ ସୁରକ୍ଷା ଏବଂ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାସି ଖାଦ୍ୟ ଜବତ କରିବା ସହିତ ସମ୍ପୁକ୍ତ ହୋଟେଲ ମାଲିକଙ୍କୁ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ସେବେଠାରୁ ଏହି ଅଧିକାରୀ ମାନଙ୍କର ଆଉ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ଦେଖିବାକୁ ମିଳିଛି । ନିୟମ ମୁତାବକ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିୟମତି ଭାବରେ ବିଭିନ୍ନ ହୋଟେଲ ମାନଙ୍କରେ ଖାଦ୍ୟ ଯାଂଚ କରିବା ସହିତ ଖାଦ୍ୟ ସାମ୍ପୁଲ ଗ୍ରହଣ କରି ଏହାକୁ ପରୀକ୍ଷା ପାଇଁ ପଠାଇ ଅଧିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ହୋଇଥାଏ । ଅନ୍ୟପଟରେ ସ୍ଥାନୀୟ ବ୍ଲକ ପ୍ରଶାସନର ମଧ୍ୟ ଏହା ଉପରେ ମୁଖ୍ୟ ଦାୟିତ୍ୱ ରହିଥିବା ବେଳେ ସେମାନେ ଏଥିନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ହୋଟେଲ ଗୁଡକରେ ନିଜ ମନ ମୁତାବକ ଖାଦ୍ୟ ଅପମିଶ୍ରଣ କରି ଏହାକୁ ବିକ୍ରି କରାଯାଇଥାଏ । ଏହା ଉପରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ନେବାକୁ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି ।



