ଚଣ୍ଡିଖୋଲରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର; ଦୀର୍ଘ ୪୮ ଦିନ ପରେ ତାଳଚେର ରୁ ୟୁଦ୍ଧ ହେଲା ଚିଣ୍ଟୁ

Spread the love

ଚଣ୍ଡିଖୋଲ ୯/୨ (ସନ୍ଧାନ ନିଉଜ) : ନିଖୋଜ ଶିଶୁପୁତ୍ରକୁ ଉଦ୍ଧାର କଲା ବଡ଼ଚଣା ପୋଲିସ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଖୋସାଲିପୁର ଏକ ଆଦିବାସୀ ବସ୍ତିରୁ ଡିସେମ୍ବର ୨୪ ତାରିଖରେ ୪ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଥିଲା। ଯାହାକୁ ନେଇ ପରିବାର ଲୋକେ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଏଇ ନିଖୋଜ ସମ୍ପର୍କରେ ପ୍ରଥମେ ସନ୍ଧାନ ନିଉଜ ଖବର ପ୍ରସାରଣ କରିଥିଲା ପରେ ଏହା ପୋଲିସ ତତପରତା ଦେଖାଇ ଅନୁସନ୍ଧାନ ଜାରି ରଖିଥିଲା ଧାନମଣ୍ଡଳ ଫାଣ୍ଡି ଓ ବଡ଼ଚଣା ପୋଲିସ ମିଳିତ ଭାବେ ଏହାର ତଦନ୍ତ ଆରମ୍ଭ କରିଥିଲା। ଯାଜପୁର ଏସ୍‌ପି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଖୋଜ ଶିଶୁପୁତ୍ରର ପରିବାରକୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ବଡଚଣା ପୋଲିସ ନେତୃତ୍ବରେ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ନିଖୋଜ ଶିଶୁର ପୋଷ୍ଟ ମାରିଥିଲା ପୋଲିସ। ଗତକାଲି ବଡ଼ଚଣା ପୋଲିସର ଏକ ଟିମ ତାଳଚେରରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଶିଶୁଟିକୁ ସ୍ଥାନୀୟ ଶିଶୁ ସୁରକ୍ଷା ଅଧିକାରୀ ହେପାଜତରେ ରଖିଥିଲେ। ବଡ଼ଚଣା ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରି ବଡ଼ଚଣା ଥାନା ପରିସରକୁ ଆଣି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅପହରଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବଡ଼ଚଣା ପୋଲିସ ପକ୍ଷରୁ ସୂଚନ ଦିଆଯାଇଛି । Report-M Rout

Related Posts

About The Author

Add Comment