ଚଣ୍ଡିଖୋଲ କୋର୍ଟ ବାରର ନବ ନିର୍ବାଚିତ କର୍ମକର୍ତ୍ତଙ୍କ ଶପଥ ଗ୍ରହଣ ଉସôବ

Spread the love

ଚଣ୍ଡିଖୋଲ, ୦୨/୦୪/୨୧ (ସନ୍ଧାନ ନିଉଜ) : ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଦିନ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଆଇନଜୀବୀ ଶିରିଶ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ କୋର୍ଟର ବରିଷ୍ଠ ବିଚାରପତି ବିଷ୍ଣୁ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଓ କନିଷ୍ଠ ବିଚାରପତି ସୌମ୍ୟ ରଂଜନ ପୃଷ୍ଟି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ନିର୍ବାଚନ ଅଧିକାରୀ ଶ୍ରୀ ସାମଲ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇବା ସହିତ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଚ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାପତି ଭାବେ ଦେବରାଜ ବେହେରା, ଉପ ସଭାପତି ଭାବେ ଶ୍ରୀକାନ୍ତ କୁମାର ବଳ, ସମ୍ପାଦକ ଭାବେ ପ୍ରକାଶ କୁମାର ଦାଶ, ଯୁଗ୍ମ ସମ୍ପାଦକ ଭାବେ ସୁଦର୍ଶନ ଘଡ଼େଇ, ସହ ସମ୍ପାଦକ (କ୍ରୀଡ଼ା) କିଶୋର କୁମାର ନାୟକ, ସହ ସମ୍ପାଦକ (ସାଂସ୍କୃତିକ) ବିରେନ କୁମାର ବିଶ୍ୱାଳ, ସହ ସମ୍ପାଦକ (ପାଠାଗାର) ଦିନବନ୍ଧୁ ନାୟକ, କୋଷାଧ୍ୟକ୍ଷ ଚିନ୍ମୟ କୁମାର ପ୍ରତାପ ଓ କାର୍ଯ୍ୟକାରୀ କମିଟି ସଭ୍ୟଭାବେ ଶ୍ୟାମ ପ୍ରସାଦ ଦାଶ, ହେମନ୍ତ କୁମାର ମାହାଲା, ସୁଢଳ କବି, ମମତା ପ୍ରିୟଦର୍ଶିନୀ ସାହୁ, ବିଶ୍ୱଜିତ୍ ସାହୁ ଏବଂ ଅଜିତ କୁମାର ରାଉତ ପ୍ରମୁଖ ଶପଥ ଗ୍ରହଣ କରିଥିଲେ । ଏଥିରେ ସହ ନିର୍ବାଚନ ଅଧିକାରୀ କୁମାର ପ୍ରସାଦ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସହ ନିର୍ବାଚନ ଅଧିକାରୀ ମହେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ମୋହନ କୁମାର ମହାନ୍ତି, ଶରତ ଚନ୍ଦ୍ର ବଳ, ଡ଼ଃ ପ୍ରିୟନାଥ ମହାପାତ୍ର, ରେଣୁବାଳା ମହାନ୍ତି, ଆଶିଷ କୁମାର ମହାପାତ୍ର, ଅମୁଲ୍ୟ ମୋହନ ତ୍ରୀପାଠୀ, ଅନଙ୍ଗ କୁମାର ଓତା, ଶରତ କୁମାର ଷଢଙ୍ଗି, ନଲିନୀକାନ୍ତ ମିଶ୍ର, ପ୍ରେମାନନ୍ଦ ବେହେରା, ପବିତ୍ର କୁମାର କର, ବିନୋଦ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ଓ ଶେଷରେ କୋର୍ଟ ସମୁଖରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ନିର୍ବାଚିତ ପ୍ରତିନିଧିମାନେ ମାଲ୍ୟର୍ପଣ କରିଥିଲେ ।

Related Posts

About The Author

Add Comment