ଚଣ୍ଡିଖୋଲ ଏମ.ଭି.ଆଇଙ୍କ ଦ୍ୱାରା ଦୁଇ ଓଭରଲୋଡ ଗାଡି ଜବତ; ଲକ୍ଷେ ୫ହଜାର ଜୋରିମନା ଅସୁଲ

Spread the love

ଚଣ୍ଡିଖୋଲ,୧୩/୨(ସନ୍ଧାନ ନିୟୁଜ/ମାନସ ରାଉତ)-ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟର ମୋଟରଯାନ ନିରୀକ୍ଷକଙ ଅଧିକାରୀ ସୁଶ୍ରୀ ଚନ୍ଦ୍ରା ବିଶ୍ୱାସ ମଙ୍ଗଳବାର ଦିନ ଦୁଇଟି ଚିପ୍ସ ବୋଝେଇ ଓଭରଲୋଡ ଗାଡି ନମ୍ବର ଓଡି୦୪ସି୨୭୩୩ ଓ ଓଆର୦୯ଏ୨୯୯୨କୁ ଧରିଥିଲେ । ଉଭୟ ଗାଡିକୁ ଆଣି କାର୍ଯ୍ୟାଳୟ ପରିସର ମଧ୍ୟରେ ରଖାଯିବା ପରେ ବୁଧବାର ଦିନ ସଂପୃକ୍ତ ଗାଡିର ମାଲିକ ଗୋଟିଏ ଗାଡିରୁ ୪୯ ହଜାର ଓ ଅନ୍ୟ ଏକ ଗାଡିରୁ ୫୬ ହଜାର ଟଙ୍କା ଦେଇ ଗାଡିକୁ ମୁକୁଳାଇ ଥିବା ସୂଚନା ମିଳିଛି । ଆଂଚଳିକ ପରିବହନ କାର୍ଯ୍ୟାଲୟ ଅଧିନର ଥିବା ରାାସ୍ତା ଗୁଡିକରେ ଦୈନିକ ଶହ ଶହ ଓଭରଲୋଡ ଗାଡି ଯାତାୟତ କରୁଅଛନ୍ତି । ମହାବିନାୟକ ଲଘୁ ଖଣିଜ ସଂଘ ଓ ଆଂଚଳିକ ପରିବହନ ବିଭାଗ ମଧ୍ୟରେ ବୁଝାମଣା କରାଯାଇ ଏଭଳି ବେଆଇନ ଗାଡ ଚଳାଚଳ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ବି ସେଥିପ୍ରତି ଅଧିକାରୀଙ୍କ ଦୃଷ୍ଟି ପଡୁ ନାହୀି । ଇଂଟର ସେକ୍ଟର ଗାଡି ଧରି ବିଭାଗର ଟ୍ରାଫିକ ଇନସପେକ୍ଟର ରାଜପଥରେ ତନଖି କରି କେବଳ ହାଇସ୍ପିଡି ଗାଡିକୁ ଜୋରିମନା କରୁଥିଲା ବେଳେ ଓଭରଲୋଡ ଗାଡିକୁ ଛାଡିବା ପଛର ଗୁମର ପଦାରେ ପଡିଛି । ସୂଚନା ୁତାବକ ଦୈନିକ ଏକ ହଜାରରୁ ଉର୍ଦ୍ଧ ବୋଲଡର ଓ ଏକ ହଜାରରୁ ଉର୍ଦ୍ଧ ଓଭରଲୋଡ ଚିପ୍ସ ବୋଝେଇ ୍ଗା ଡି ଯାତାୟତ କରୁଅଛନ୍ତି । ବିଭାଗ ପକ୍ଷରୁ କେଉଁ ନ୍ୟାୟରେ ଏଭଳି କାର୍ଯ୍ୟ କରିବାକୁ ପ୍ରଶୟ ଦେଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦୀର୍ଘଦିନ ପରେ ଏମ.ଭି.ଆଇ. ସୁଶ୍ରୀ ବିଶ୍ୱାସ ଗାଡି ଦୁଇଟିକୁ ଧରିଲା ପରେ କା୍ର୍ୟ୍ୟାାଳୟରେ ଅନ୍ୟ ଅଧିକାରୀ ଓ କର୍ମଚାରିଙ୍କ ମଧ୍ୟରେ ତୁ ତୁ ମେଂ ମେଁ ଲାଗିଥିବା ଶୁଣିବାକୁ ମିଳୂଛି । ଏହିଭଳି ଯଦି ଦୈନିକ ଓଭରଲୋଡ ଗାଡି ତନଖି କରାଯାଇ ଜୋରିମାନ ଅସୁଲ କରାଗଲେ ଏକକୋଟିରୁ ଉର୍ଦ୍ଧ ଟଙ୍କା ରାଜସ୍ୱ ସରକାରଙ୍କ ଖଜନାକୁ ଆସିପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତପୋଷଣ କରୁଛନ୍ତି ।

Related Posts

About The Author

Add Comment