ତାରିଖ ୦୨-୦୧-୨୦୨୨/ରବିବାର
୧-ବର୍ଷ ଆରମ୍ଭରୁ ବୈଷ୍ଣୋଦେବୀ ଯାତ୍ରାରେ ଅଭାବନୀୟ ଘଟଣା । ଦଳାଚକଟାରେ ଚାଲିଗଲା ୧୨ ଜଣଙ୍କ ଜୀବନ ।
୨-ବୌଷ୍ଣୋଦେବୀ ଦଳାଚକଟା ଘଟଣା: ୩ ସଦସ୍ୟଙ୍କୁ ନେଇ ଉଚ୍ଚ ସ୍ତରୀୟ କମିଟି ଗଠିତ, ୧ ସପ୍ତାହ ଭିତରେ ଦେବେ ରିପୋର୍ଟ ।
୩-ଜମ୍ମୁକଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନର ସୀମା ।
୪-ଆଜି ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।
୫-ଇଂରାଜୀ ନବବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ।
୬-ରାଜସ୍ଥାନରେ ଟିକା ନେଇ ନଥିବା ଲୋକଙ୍କ ଉପରେ ସରକାର ଲଗାଇବେ କଡା କଟକଣା, ଫେବୃଆରୀ ପହିଲାରୁ ଗୃହବନ୍ଦୀ କରାଯିବା ନେଇ ପ୍ରସ୍ତୁତି ।
୭-ନୂଆବର୍ଷ ଭେଟି : ୪୦୫ଟି ଓଏଏସ୍ ଓ ୭୯୬ଟି ଏଏସଓ ନିଯୁକ୍ତି ପାଇଁ ବିଜ୍ଞପ୍ତି।
୮-ଲୋକଙ୍କ ସେବା କରିବାରେ ଆତ୍ମସନ୍ତୁଷ୍ଟି ମିଳେ: ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନିତ ଓଡ଼ିଆ ଆଶା କର୍ମୀ ମାତିଲଦା କୁଲ୍ଲୁ ।
୯-ଆଶ୍ୱସ୍ତିକର ଖବର ; ଫୁସଫୁସର ବିଶେଷ କ୍ଷତି କରୁନି ଓମିକ୍ରନ୍ । ଡେଲଟା ତୁଳନାରେ ପଡୁଛି କମ୍ ପ୍ରଭାବ ।
୧୦-ନୂଆ ବର୍ଷ ର ପ୍ରଥମ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ମନ୍ଦିର ଦେଖି ବାକୁ ଚନ୍ଦ୍ରଭାଗା ,କୋଣାର୍କ ରେ ପର୍ଯ୍ୟଟକ ଙ୍କ ଭିଡ ।
୧୧-ଇତିହାସରେ ବିରଳ : ପ୍ରଥମ ଥର ପାଇଁ ମହାକାଶରେ ନୂଆ ବର୍ଷ ପାଳନକଲେ ୧୦ ମହାକାଶଚାରୀ ।
୧୨-ଆପ୍ ରାସ୍ତାରେ ଅଖିଳେଶ: ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ପାଇଁ ଘୋଷଣା ।
୧୩-୨୦୨୧ରେ ୩୧,୦୦୦ ମହିଳାବିରୋଧୀ ଅପରାଧ; ଅଧାରୁ ଅଧିକ ଘଟିଛି ଉତ୍ତରପ୍ରଦେଶରେ: ଏନ୍ସିଡବ୍ଲୁ ।
୧୪-ତୃତୀୟ ଲହର ଆଡ଼କୁ ଓଡ଼ିଶା, ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ନିକଟତର ।
୧୫-ଦେଶରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ, ଅସ୍ଥାୟୀ ହସ୍ପିଟାଲ ତିଆରି କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ ।
୧୬-‘ଆହତ କାରଣରୁ ବାରମ୍ବାର ଦଳରୁ ବାଦ୍ ପଡୁଛନ୍ତି ରୋହିତ ଶର୍ମା, ବିସିସିଆଇ ଏହାକୁ ଗୁରୁତର ସହନେଇ ବିଚାର କରିବା ଉଚିତ୍’: ଆକାଶ ଚୋପ୍ରା ।
୧୭-ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।



