ଘୁ.ଉଦୟଗିରିର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ :ସରକାରୀ ବାଳିକା ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଘୋଷଣା କଲେ 

Spread the love
ବାଲିଗୁଡା,୨୯/୦୮/୨୧(ସନ୍ଧାନ ନ୍ୟୁଜ): ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଘୁ. ଉଦୟଗିରି ସ୍ଥିତ ସମନ୍ୱିତ ଅନୁଷ୍ଠାନ ରେ ଥିବା ହଳଦୀ ପ୍ରସେସିଙ୍ଗ ୟୁନିଟ ବୁଲି ଦେଖିଲା ପରେ ନୂତନ ଭାବରେ ନିର୍ମାଣ ହୋଇଥିବା ଓପିଟିସିଏଲ ର ୧୩୨/୧୩୩ କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ ପରେ ଘୁ ଉଦୟଗିରି ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥବା ଦେଖିବାକୁ ମିଳିଛି । ସରକାରୀ ବାଳିକା ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବରେ ଘୋଷଣା କରିବା ପରେ ଏହାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।ଏହି ପରିଦର୍ଶନ ବେଳେ କନ୍ଧମାଳ ଜିଲ୍ଲାପାଳ ଡ଼ି.ବୃନ୍ଦା ମଧ୍ୟ ପରିଦର୍ଶନରେ ରହିଥବା ବେଳେ ଘୁ ଉଦୟଗିରି ତହସିଲଦାର ଡ଼.ଜନ୍ମେଜୟ ସାହୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।ଘୁ ଉଦୟଗିରି ପୋଲିସ ପ୍ରଶାସନ ଥାନା ଅଧିକାରୀ ରେବତୀ ଶବର ସୁରକ୍ଷା ଦାୟିତ୍ୱ  ତୁଲାଇ ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Related Posts

About The Author

Add Comment