ଜେନାପୁର,୨୨/୦୩ (ସନ୍ଧାନ ନ୍ୟୁଜ୍) ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ବସୁଧା ଯୋଜନା ମାଧ୍ୟମରେ ଘରେଘରେ ପହଞ୍ଚାଇ ଦେବାର ଯୋଜନା ପ୍ରଣୟ କରିଥିବା ବେଳେ ଏବେ ବି କେତେକ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଛି । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତର ଘାସିବର ଗ୍ରାମରେ ଆଜି ପର୍ଯ୍ୟନ୍ତ ବସୁଧା ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ଅଛନ୍ତି । ଯାହା ଫଳରେ ଅଧିକାଂଶ ଗ୍ରାମର ଲୋକେ କୁଅ,ଚୁଆ ପାଣି ପିଇ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ଗାଁ ଗଣ୍ତାରେ ଥିବା କୂଅ ଗୁଡିକରେ ପାଣି ବାଲିଟିରେ କାଢି ରଖିଲେ ହଳିଦିଆ ଓ ଗୋଳିଆ ଯାହା ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଟ୍ୟାଙ୍କ୍ ଯୋଗେ ଯେଉଁ ପାଣି ଦିଆଯାଉଛି ତାହା ଯଥେଷ୍ଟ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମନଇଚ୍ଛା ଗୋଟେ ଟ୍ୟାଙ୍କର ଗାଁରେ ପାଣି ଆଣି ଦେଉଥିବା ବେଳେ ଅଧିକାଂଶ ଲୋକେ ପାଣି ପାଇବାରୁ ବଞ୍ଚିତ ଅଛନ୍ତି । ମହିଳାମାନେ ଗାଁ ପାର୍ଶ୍ୱରେ ଯାଇଥିବା ନାଳରୁ ପିଇବାପାଣି ସଂଗ୍ରହ କରୁଛନ୍ତି | କେହିକେହି ଏହି ପାଣିକୁ ସିଧାସଳଖ ବ୍ୟବହାର କରୁଛନ୍ତି। ଦୂଷିତ ପାଣି ପ୍ରଭାବରୁ ଅଧିକାଂଶ ପ୍ରଭାବିତ ପରିବାରରୁ କୀଡନି ରୋଗ ଓ ପେଟରୋଗ ଛାଡୁନଥିବା ଅଭିଯୋଗ ହେଉଛି । ଅଧିକାଂଶ ସମୟରେ ଗାଁର ମହିଳାମାନେ ପାନୀୟଜଳ ସଂକଟରେ ସନ୍ତୁଳି ହେଉଥିବା ସହ ଜଳ ଯାତନା ବଖାଣି କ୍ଷୋଭ ପ୍ରକାଶ କରିଥିଲେ। ଗାଁକୁ ଦୀର୍ଘଦିନ ହେଲା ଧରି ମେଗା ପାନୀୟଜଳ ପାଇପ୍ ପୋତା ହୋଇଛି ସତ କିନ୍ତୁ ପ୍ରକଳ୍ପରୁ ପାଣି ଆସୁନଥିବା ଦର୍ଶାଇ ଅସନ୍ତୋଷ ଝାଡ଼ିଥିଲେ। ହେଲେ ଏହି କୂଅପାଣି ସାମାନ୍ୟ ବହଳିଆ କୁ ହଳଦିଆ ଓ ଗୋଳିଆ ବୋଲି ଭାତ ରାନ୍ଧିଲେ କିମ୍ବା ପଖାଳିଲେ ଭଲରେ ଖାଇ ହୁଏନି ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି। ଗ୍ରାମବାସୀଙ୍କ କହିବାନୁଯାଇ ଏ ସଂପର୍କରେ ବାରମ୍ବାର ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି ସମସ୍ୟାର ସମାଧାନ ହୋଇନଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଥିଲେ।
ଘାସିବର ଗାଁରେ ବସୁଧା ଯୋଜନା ଫେଲ୍ ମାରିଛି ; ପହଞ୍ଚି ପାରୁନି ବିଶୁଦ୍ଧ ଜଳ ଗ୍ରାମବସୀ ହନ୍ତସନ୍ତ
|
March 22, 2026 |



