ବ୍ରହ୍ମପୁର, ୨୯/୧/୨୦ (ସନ୍ଧାନ ନିଉଜ) : ଗଞ୍ଜାମ ଜିଲ୍ଳାର ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ୍ ପୋଲ ତଳକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ଜଣ ଆହତ ହୋଇଛନ୍ତି। ଆଜି ପାହାନ୍ତାରେ ଘଟିଛି ଏହି ଘଟଣା। ଘଟଣାସ୍ଥଳରେ ୪ ଓ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ମହିଳାଙ୍କର ପରିଚୟ ମିଳିଛି। ସେମାନେ ହେଲେ ରାୟଗଡ଼ାର ବିଦ୍ୟୁତ୍ ନାୟକ ଓ ପୁତାବଗଡ଼ର ଝୁନୁ ବେହେରା। ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଏହି ଘରୋଇ ଯାତ୍ରୀବାହୀ ବସ୍ ‘ମାରୁତି’ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି।
ଘାଟିରେ ବସ୍ ଦୁର୍ଘଟଣା: ୭ ମୃତ, ୩୮ ଆହତ
|
January 29, 2020 |