ଘାଟିରୁ ଖସିଲା ବସ୍ ୩୨ ମୃତ, ୭ ଗୁରୁତର

Spread the love

ଜାମ୍ମୁ ଏବଂ କାଶ୍ମୀର୧/୭ (ସନ୍ଧାନ ନିୟୁଜ ) ଜାମ୍ମୁ ଏବଂ କାଶ୍ମୀରର କିଶ୍ତବାଡ଼ ଜିଲ୍ଲାର କେବାସନ ନାମକ ସ୍ଥାନରେ ସୋମବାରଦିନ ଏକ ମିନି ବସ ଘାଟିରୁ ଖସିପଡ଼ିଛି। ଏଥିରେ ଯାତ୍ରା କରୁଥିବା ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଅନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିଶ୍ତବାଡ଼ ହେଡକ୍ଵାର୍ଟରର ପୁଲିସ କଣ୍ଟ୍ରୋଲ ରୁମ ନିଯୁକ୍ତ ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତିକି ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ପ୍ରାପ୍ତ ମିଳିନାହିଁ କିନ୍ତୁ ଏହି ଦୁର୍ଘଟଣାରେ ୩୨ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଚାଲିଛି।

ଅପର ପକ୍ଷରେ ଶିମଲାରେ ଲୋଅର ଖଲିନୀ ନାମକ ସ୍ଥାନରେ ମଧ୍ୟ ଏକ ବସ ପାହାଡ଼ରୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଛାତ୍ର ଏବଂ ଜଣେ ବସ ଡ୍ରାଇଭର ଅଛନ୍ତି।

odiapua

Related Posts

About The Author

Add Comment