ଭଦ୍ରକ୍, 22/10/2021 (ସନ୍ଧାନ ନ୍ୟୁଜ): ଭଦ୍ରକ୍ ର ଏକ ଘରୋଇ ମେସ୍ ରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭଦ୍ରକ୍ କଲେଜ ରୋଡ୍ ନିକଟରେ ଥିବା ଏହି ମେସ୍ ରୁ ଆଜି ଛାତ୍ରୀ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ଭଦ୍ରକ୍ ଟାଉନ୍ ଥାନା ପୋଲିସ୍ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।
ସୂଚନା ଅନୂସାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଆଗରପଡ଼ା ଥାନା ଅନ୍ତର୍ଗତ ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ନାମକ ଜଣେ ଯୁବତୀ ନିକଟସ୍ଥ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଛାତ୍ରୀ ଥିଲେ ।ସେଠାରେ ସେ ପାଠ ପଢୁଥିବା ବେଳେ ନିଜ ଭଉଣୀ ରହୁଥିବା ଭଦ୍ରକ କଲେଜ ରୋଡ ସ୍ଥିତ ଏକ ଘରୋଇ ମେସକୁ ଆସି ରହୁଥିଲେ । ଗତକାଲି ସେ ଭଦ୍ରକର ଏଇ ମେସକୁ ଆସିଥିଲା । କୌଣସି କାରଣରୁ ବିଳମ୍ବିତ ରାତିରେ ମେସ ରୁମରେ ଏକୁଟିଆ ଥିବା ବେଳେ, ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଥାଇପରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ମୃତ ଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ପରିବାର ଲୋକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କାହା ନାମରେ ଅଭିଯୋଗ କରାଯାଇନଥିବା ବେଳେ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।



