ବରଗଡ, 13.01.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):– ବରଗଡରେ ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ସଂହରାପଡ଼ାରେ ରହୁଥିବା ବ୍ୟବସାୟୀ ଅଙ୍କିତ ରେଖାନୀଙ୍କ ଘରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ପହଞ୍ଚି ଡକାୟତି କରିଥିଲେ । ଅଙ୍କିତଙ୍କ ସ୍ତ୍ରୀ ମାର୍କେଟିଂ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ଏକୁଟିଆ ଥିବା ଅଙ୍କିତଙ୍କ ମା’ଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ତେବେ ଲୁଟ୍ ସମ୍ପତ୍ତିର ପରିମାଣ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଙ୍କିତ ରେଖାନୀ କହିଛନ୍ତି । ଏହି ଘଟଣାର ତଦନ୍ତ ଚାଲିଛି । ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଫିଙ୍ଗରପ୍ରିଣ୍ଟ ନିଆଯିବ ଓ ଦୁର୍ବୃତ୍ତମାନେ ଖୁବ୍ ଶୀଘ୍ର ଧରାପଡିବେ ବୋଲି ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି ।
ତାଜା ଖବର
- ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର
- ଅମାନିଆ ଗାଡ଼ି ପାର୍କିଂ ଉପରେ ଟାଉନ ଥାନାର କଡ଼ା ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ
- ଏକ୍ସ-କ୍ୟାଡର ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ଅମୂଲ୍ୟ କୁମାର ନାୟକ ସଭାପତି, ଚିତ୍ରସେନ ବଳ ସମ୍ପାଦକ
- ଜନପ୍ରତିନିଧି ଙ୍କ ସ୍ୱାର୍ଥପରତା ନୀତି କାରଣରୁ ଲୋକଙ୍କ ମୌଲିକ ସୁବିଧା ବିପର୍ଯ୍ୟସ୍ତ
- ଗ୍ରାମାଞ୍ଚଳରେ ଚାଲୁଥିବା ଓ ଏସଆରଟିସି ମୁଖ୍ୟମନ୍ତ୍ରୀ ସେବା ବସ ଫସିଲା କାଦୁଅରେ,ଟ୍ରାକ୍ଟର ସାହାଯ୍ୟରେ ବାହାର ହେଲା ବସ
- ରକ୍ତଦାନ ପରେ ଏବେ ପ୍ରକୃତି ପାଇଁ ‘ରକ୍ତବନ୍ଧୁ’ ସପ୍ତାହକରେ ୫ ଶହରୁ ଊର୍ଦ୍ଧ୍ବ ତାଳଚାରା ରୋପଣ ” ବଜ୍ରପାତ ନିରୋଧ ଓ ପରିବେଶ ସୁରକ୍ଷାର ବାର୍ତ୍ତା
- ଜନ ପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ଅବହେଳା,ସୋଲାର ପାଣି ଟାଙ୍କି ଅଚଳ,୫୦ପରିବାର ମୌଳିକ ସୁବିଧାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ଅନୁଦାନ ପାଇଁ ଦାବି ଜଣାଇଲେ ଅଧ୍ୟାପକ ଓ କର୍ମଚାରୀ-
- ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଙ୍କ ଷଷ୍ଠ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା।
- ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ



