ରାଉରକେଲା୨୭/୦୭ (ସନ୍ଧାନ ନିଉଜ) : ଲାଠିକଟା ବ୍ଲକ ଅନ୍ତର୍ଗତ ଗର୍ଜନ ଗ୍ରାମ ପଂଚାୟତରେ ଜଣେ ଗ୍ରାମବାସୀଙ୍କ ଘରୁ ନାଗସାପ ଠାବ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସଂଜିତ ରଣାଙ୍କ ଘରେ ଏକ ବିଷଧର ନାଗସାପ ସକାଳ ପ୍ରାୟ ସାଢେ ଦଶଟା ସମୟରେ ପଶି ଯାଇଥିଲା । ପରିବାରବର୍ଗ ବହୁ ଚେଷ୍ଟା କରି ନାଗ ସାପଟିକୁ ଘରୁ ବାହାର କରିବାକୁ ବିଫଳ ହୋଇଥିଲେ । ଏହା ପରେ ସାପ ଧରାଳୀ ଦେବାନନ୍ଦ ବେହରାଙ୍କୁ ଫୋନ ଯୋଗେ ସୂଚନା ଦିଆ ଯାଇଥିଲା । ଏହାପରେ ସ୍ନେକ କ୍ୟାଚର ଟିମ ଘଟଣାସ୍ଥଳରେ ପହଂଚି ପ୍ରାୟ ୩ ଫୁଟର ଉକ୍ତ ନାଗ ସାପକୁ ଘରୁ ଉଦ୍ଧାର କରିଥିଲେ । ଜଙ୍ଗଲ ବିଭାଗ ସହଯୋଗରେ ଉଦ୍ଧାର ନାଗ ସାପକୁ ନିକଟ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ବିଶେଷ କରି ଏହି ରୁତୁରେ ବିଷଧର ସର୍ପଙ୍କ ଉôତ୍ପାତ ବଢିବାରେ ଲାଗିଛି । ଏଥିପାଇଁ ସଚେତନତା ଓ ସତର୍କତା ଅପରିହାର୍ଯ୍ୟ ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି ।
ଘରୁ ନାଗ ସାପ ଉଦ୍ଧାର
|
July 27, 2020 |



