ଘର ଭିତରକୁ ମାଡ଼ିଗଲା ଡମ୍ପର

Spread the love

ମଥାନୀ, ୨୧/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବ ପଞ୍ଚାୟତର ତେଲିକି ଗାଁରେ ଗତକାଲି ବିଲମ୍ବିତ ରାତିରେ ଗୋଟିଏ: ପରିବାରର ସମସ୍ତଶୋଇଥିବାବେଳେ ଏକ ତର ଘର ଉପରେ ମାଡ଼ି ଯାଇଛି । ଘରଟି ଭାଙ୍ଗି ଯାଇଥିବାବେଳେ ପରିବାରର ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗାଁର‌ସୁକୁଲ ମୁର୍ମୁଙ୍କ ଝାଟି ମାଟି ଘର ଭିତରକୁ ଡମ୍ପର ଧସେଇ ପଶିବାରୁ‌ଘରଟି ଭାଙ୍ଗି ନଷ୍ଟ ହୋଇଯାଇଛି । ତେବେ ସୌଭାଗ୍ୟବସତଃ ପରିବାର ଲୋକଙ୍କ ସହିତ ୨୦ ଦିନିର ଛୋଟ ପିଲାଟି ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘରର ଛପର, କାନ୍ଥ, ଆସବାପତ୍ର‌ ସହିତ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ତେବେ ସୁକୁଲ ମୁର୍ମୁ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ଗ୍ରାମବାସୀ ଦୁର୍ଘଟଣାଗ୍ରସ୍ତ ଡିମ୍ପରଟିକୁ ଅଟକ ରଖୁଥୁଲେ ।

Related Posts

About The Author

Add Comment