ଘଟଗାଁ ମା’ ତାରିଣୀଙ୍କ ପୀଠରେ ମହାବିଷୁଭ ପଣାସଙ୍କରାନ୍ତି ପାଳିତ 

Spread the love

କେନ୍ଦୁଝର (ସଂଧାନ ନିୟୁଜ/ମାନସ ରାଉତ) -କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପୀଠରେ ମହାବିଷୁଭ ପଣାସଙ୍କରାନ୍ତି ପାଳିତ ହୋଇଯାଇଛିା ୧୯୩୭ ମସିହା ଠାରୁ ୭ଦିନ ଧରି ପ୍ରତେକ ବର୍ଷ ମା’ଙ୍କ ଫୀଠରେ ଚଇତି ପର୍ବକୁ ମହା ଆଡମ୍ବରରେ ପାଳନ କରାଯାଉଥିବା ବେଳେ ପଣାସଙ୍କରାନ୍ତି ଦିନଟକୁ ଏହି ଚଇତି ପର୍ବର ମୁଖ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଆଜି ସକାଳ ୪ ଘଟିକାରୁ ଦେହୁରୀ ମାନେ ମା’ଙ୍କୁ କ୍ଷୀର, ଲହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଆଦି ଲେପନ କରି ମାଜଣା କରିବା ପରେ ମା’ଙ୍କ ସ୍ନାନ କାର୍ଯ୍ୟ ସମାପନ କରିଥିଲେ। ପରେ ପରେ ମା’ଙ୍କୁ ସୁନା ଅଂଳଙ୍କାରରେ ସଜ୍ଜିତ କରି ମାଙ୍କୁ ସୁନାବେଶ କରାଯାଇଥିଲା। ଧୂପ, ଦୀପ, ନୈବ୍ୟଦ, ଶଂଙ୍ଖ, ଘଂଟ ଧ୍ୱନୀ ସହ ମାଙ୍କ ସକାଳ ଆଲତୀ ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୫ଘଟିକା ଠାରୁ ମା’ ତାରିଣୀଙ୍କ ଦର୍ଶନ କରିବା ମନ୍ଦିର ଭିତରକୁ ଭକ୍ତ ମାନଙ୍କ ସୁଅ ଛୁଟିବାରେ ଲାଗିଥିଲା। ଭକ୍ତ ମାନେ ଆଣିଥିବା ଭୋଗ ଦେହୁରୀ ମାନଙ୍କ ଦ୍ୱାରା ମା’ଙ୍କ ପାଖରେ ଅର୍ପିତ ହେବା ସହ ଦିନ ୧୦ ଘଟିକରେ ମା’ଙ୍କ ଶୁଙ୍କୁଡି ଭୋଗ ହୋଇଥିଲା। ଲାକ୍ଷାଧିକ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତୁପକ୍ଷ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଭକ୍ତ ମାନେ ଶାନ୍ତି ଶୃଙ୍ଖଳାରେ ମନ୍ଦିରରେ ପ୍ରବେଶ ପାଇଁ ବ୍ୟାରିଗେଟ ଦ୍ୱାରା ୮ଟି ଲାଇନ କରାଯାଇ ଥିବା ବେଳେ ଭୋଗ ଲଗାଇବା ଓ ଦର୍ଶନ ପାଇଁ ଭିନ୍ନ ଭିନ୍ନ ଲାଇନ ବ୍ୟବସ୍ଥା କରାଯାଇଥିଲା। ଚଇତି ପର୍ବ ଅବସରରେ ବିଭିନ୍ନ ଅଂଚଳର ସ୍ରଦ୍ଧାଳୁଙ୍କ ସହେଯାଗରେ ମଗଣାରେ ୭ଦିନ ଧରି ଅନ୍ନପ୍ରସାଦ ବଂଟନ କରାଯାଉଥିବା ସ୍ଥାନରେ ଭକ୍ତ ମାନଙ୍କ ଲମ୍ବା ଧାଡି ଓ ମା’ଙ୍କ ପ୍ରିୟ ପଣା ପାଇବା ପାଇଁ ଭକ୍ତ ମାନଙ୍କ ଭିଡ ଦେଖାଯାଇଥିଲା। ପ୍ରବଳ ଖରା ସହ ଭିଡରେ ଅଂଶୁଘାତର ପ୍ରତିକାର ପାଇଁ ମନ୍ଦିର ପରିସରରେ ଜିଲ୍ଲା ଚିକିତ୍ସା ବିଭାଗ ପକ୍ଷରୁ ଏକ ଅସ୍ଥାଇ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇ ଲୋକ ମାନଙ୍କୁ ଅଂଶୁଘାତ ପ୍ରତିକାର ସମ୍ବଦ୍ଧରେ ସୁଚାନା ଦିଆଯାଇଥିଲା। ଜରୁରୀ କାଳିନ ସେବା ପାଇଁ ୪ଟି ଅମ୍ବୁଲାନ୍ସ ବ୍ୟବସ୍ଥା କରାଯାଥିବା ବେଳେ ଜରୁରୀ କାଳୀନ ପରିସ୍ଥିତି ପାଇଁ ଅଗ୍ନିଶମ ବିଭାଗର ଏକ ଦମକଳ ସହ କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ। ଏହା ସହିତ ସ୍ୱେଛାସେବୀ ଦ୍ୱାରା ଭକ୍ତ ମାନଙ୍କ ଉପରେ ପାଣି ସିଂଚନ କରାଯାଇଥିଲା। ସାଂକୃତିକ ମଣ୍ଡପରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପିଙ୍କ ଦ୍ୱାରା ଆଜି ସୂର୍ଯ୍ୟେଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ସଂନ୍ଧ୍ୟାରେ ଓଡିଶାର ସୁନାମଧନ୍ୟ ପ୍ରବଚକ ଜିତୁ ଦାସ ଭକ୍ତଙ୍କ ଧର୍ମବାଣୀ ଶୁଣାଇଥିଲେ ପରମ୍ପରା ଅନୁଯାଇ ରାତ୍ର ସମୟରେ ବାଦି ପାଲା ପରିବେଷଣ କରାଯାଇଥିଲା। ଏଥି ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୫ରୁ ଉର୍ଦ୍ଧ ପୋଲିସ ଅଫିସର ନିୟୋଜିତ ହୋଇଥିବା ବେଳେ ସାଇ ସେବାସଂଘ, ଗାୟତ୍ରୀ ପରିବାର, ମନ୍ଦିର କର୍ମଚାରୀ, ଅଦିତ୍ୟବାହିନୀ, ଘଟଗାଁ କଲେଜ ଏନ.ଏସ.ଏସ ଛାତ୍ରଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସଂଗଂଠନ ସହେଯାଗର ହାତ ପଢାଇଥିଲେ। ମା’ ତାରିଣୀଙ୍କ ମହିମା ସମୟାନୁକ୍ରମେ ରାଜ୍ୟ ତଥା ରାଜ୍ୟ ବାହରେ ପ୍ରଚାରିତ ହେବା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଭକ୍ତ ଘଟଗାଁରେ ଆଜି ମା’ଙ୍କ ସୁନାବେଶ ଦର୍ଶନ ଲାଭ କରିଛନ୍ତି।

Related Posts

About The Author

Add Comment