ଗ୍ରାମାଚଂଳର ଘରୋଇ ଶିକ୍ଷକଙ୍କ ଉପରେ କରୋନା ଛାଟ!

Spread the love

ରାଉରକେଲା,୨୨/୦୭ (ସନ୍ଧାନ ନିଉଜ) : କରୋନା ମହାମାରୀର ପରୋକ୍ଷ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି । ଦୀର୍ଘ ତିନି ମାସରୁ ଉର୍ଦ୍ଧ ସମୟ ଧରି ସାରା ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରୁଥିବା ବେଳେ ଅନେକ ବୃତିଧାରୀ ସେମାନଙ୍କ କାମ ହରାଇ ଘୋର ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରୁଛନ୍ତି । ଯାହା ଫଳରେ ପରିବାର ପ୍ରତିପୋଷଣ କରିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇ ପଡ଼ିଛି । ବିଶେଷ କରି ଗ୍ରାମାଚଂଳରେ ବସବାସ କରୁଥିବା ଘରୋଇ ଶିକ୍ଷକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏକ ସର୍ବେକ୍ଷଣରୁ ଜଣାପଡ଼ିଛିଯେ, ଶହେରୁ ଉର୍ଦ୍ଧ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଲକ ଡାଉନ ପରଠାରୁ ଘରେ ହାତବାନ୍ଧି ବସିଛନ୍ତି । ଲାଠିକଟା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଥିବା ସ୍କୁଲ ଓ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପାଥେୟ କରି ବହୁ ଘରୋଇ ଶିକ୍ଷକ, ଶିକ୍ଷୟତ୍ରୀ ଓ ଟିଉସନ ଶିକ୍ଷକ ସେମାନଙ୍କ ଜୀବନଜୀବିକା ନିର୍ବାହ କରୁଥିଲେ । ଅନେକ ଘରୋଇ ଶିକ୍ଷକ ପିଲାମାନଙ୍କ ବାସଗୃହକୁ ଯାଇ ମଧ୍ୟ ଶିକ୍ଷାଦାନ କରୁଥିଲେ । ମାତ୍ର କରୋନା କଟକଣା ଓ ସଂକ୍ରମଣ ଫଳରେ ଏହି ଘରୋଇ ଶିକ୍ଷକଙ୍କର ଜୀବନ ଏକ ପ୍ରକାର ଦୁର୍ବିସହ ହୋଇ ପଡ଼ିଛି ବୋଲି ଦକ୍ଷିଣ ରାଉରକେଲା ଅଂଚଳର ଜଣେ ଘରୋଇ ଶିକ୍ଷକ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି । କରୋନା ଦ୍ୱାରା ପ୍ରଭାବିତ ହେଉଥିବା ବିଭିନ୍ନ ବୃତିଧାରୀଙ୍କୁ ସରକାରୀ ପ୍ରୋତ୍ସାହନ ଦିଆ ଯାଉଥିବା ବେଳେ ଘରୋଇ ଭାବରେ ଶିକ୍ଷାଦାନ କରି ମହତ ଦାନକୁ ଜୀବିକା ରୂପେ ଗ୍ରହଣ କରିଥିବା ଏହି ଉଚ୍ଚ ଶିକ୍ଷିତ ଘରୋଇ ଶିକ୍ଷକଙ୍କୁ ଏଭଳି କୌଣସି ସହାୟତା ମଧ୍ୟ ମିଳି ପାରିନଥିବା ଅଭିଯୋଗ ହୋଇଛି । ଗ୍ରାମାଚଂଳର ଏହି ଘରୋଇ ଶିକ୍ଷକ ମାନଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment