ଗୋରୁମହିଷାଣୀ,୦୪.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଗୋରୁମହିଷାଣୀ ଓ ଏହାର ଆଖପାଖ ଅଞ୍ଚଳରେ ବିଏସ୍ଏନ୍ଏଲ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଗତ ନଭେମ୍ବର ମାସ ୨୦ ତାରିଖରୁ ଏଠାରେ ବି ଏସ୍ଏନ୍ଏଲ୍ ନେଟ୍ ୱାର୍କ ଅକାମୀ ହୋଇପଡ଼ିଛି । ଗ୍ରାହକମାନେ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେଉଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ରେ କାର୍ଯ୍ୟ ହୋଇପାରୁ ନାହିଁ । ବିଏସ୍ ଏନ୍ ଏଲ୍ କର୍ମଚାରୀଙ୍କ ଦାୟିତ୍ବହୀନତା ଏବଂ ଆନ୍ତରିକତା ଅଭାବରୁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ଉକ୍ତ ଅଞ୍ଚଳର ମୋବାଇଲ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଦେଶର ସର୍ବବୃହତ୍ ଓ ସର୍ବ ପୁରାତନ ଟେଲି ଯୋଗାଯୋଗ ସେବା କୁ ହାଯାଉଥିବା ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ) କର୍ମଚାରୀଙ୍କ ମନମୁଖ କାର୍ଯ୍ୟ ପାଇଁ ଗୋରୁ ମହି ଷାଣୀ ଓ ଏହାର ଆଖ ପାଖ ଅଞ୍ଚଳରେ ଉକ୍ତ ସେବା ବନ୍ଦ ହୋଇପଡ଼ିଛି । ଏଥି ଯୋଗୁଁ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁ ଖୁ ନ ହେଉଛନ୍ତି । ଗତ ୪ଦିନ ହେଲା ବିଏସ୍ ଏନ୍ ଏ ମୋବାଇଲ ସେବା ଅଚଳ। ନବବର୍ଷ ରେ ପରିଜନ କି ସାଙ୍ଗସାଥୀଙ୍କ ସହ ବାର୍ତ୍ତାଳାପ ମଧ୍ୟ ସମ୍ଭବ ହୋଇପାରୁନି । ଏନେଇ ଅନେକ ଉପଭୋକ୍ତା ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଏସ୍ଏନ୍ଏଲ୍ର ଉପରିସ୍ଥ ଅକାରୀ ଅନ୍ୟ ବେସରକାରୀ ଟେଲିଫୋନ୍ କମ୍ପାନି ସହ ଶଲାସୁତରା କରିବା ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ ଅନ୍ୟ ବେସରକାରୀ ସେବା ନେବା ନିମନ୍ତେ ପରୋକ୍ଷରେ ଇଙ୍ଗିତ କରୁଥିବା ଉପଭୋକ୍ତା ଅଭିଯୋଗ ଉଠାଇଛନ୍ତି । କେନ୍ଦ୍ର ସରକାର ଦେଶରେ ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଇଛନ୍ତି । କେବଳ ସହରାଞ୍ଚଳକୁ ଛାଡ଼ି ଦେଲେ ଗ୍ରାମାଞ୍ଚଳରେ ବିଏସ୍ଏନ୍ଏଲ୍ର ଉପଯୁକ୍ତ ସେବା ପ୍ରଦାନରେ ଅନେକ ସମୟରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ଉପଭୋକ୍ତାମାନେ ଅନେକ ଥର ରାଇରଙ୍ଗପୁରସ୍ଥିତ ଏଡିଏମ୍ ଏବଂ ବାରିପଦାସ୍ଥିତ ଟିଡିଏମଙ୍କ ସହିତ ଯୋଗାଯୋଗ କଲେ ଅଦିନ ମରେ ସେବା ଠିକ୍ ହୋଇଯିବ ବୋଲି କେବଳ ମିଥ୍ୟ ପ୍ରତିଶ୍ରୁତି ମିଳୁଥିବା ଅଭିଯୋଗ ହେଉଛି । ବିଏସ୍ ଏନ୍ ଏଲ୍ କର୍ମଚାରୀ ଲକ୍ଷାଧିକ ଟଙ୍କା ଦରମା ପାଉଥିବା ବେଳେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାରେ ଏହି ସଂସ୍ଥା ବିଫଳ ହେବା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଏ ସମ୍ବନ୍ଧରେ ବାରିପଦାସ୍ଥିତ ଟିଡିଏମଙ୍କ ପ୍ରତିକ୍ରିୟା ମିଳିପାରିନି । ରାଇରଙ୍ଗପୁରସ୍ଥିତ ଭାରପ୍ରାପ୍ତ ଏସ୍ ଡି ଏମ୍ ରାକେଶ କୁମାର କହିଛନ୍ତି, ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏଲ୍ ଆଣ୍ଡଟି ଦ୍ଵାରା ପାଇପଲାଇନ ବିଛା କାମବେଳେ ମେସିନ ଦ୍ବାରା ଖୋଳିବା ଯୋଗୁଁ କେବୁଲ ନଷ୍ଟ ହୋଇଯାଇଛି । ଟ୍ରାନ୍ସମିଶନ କର୍ମଚାରୀ ୨ ଦିନ ହେଲା କେବୁଲ୍ ସଜାଡ଼ି ବାରେ ଲାଗିଛନ୍ତି । ଖୁବ୍ଶୀଘ୍ର ଠିକ୍ ହୋଇଯିବ ବୋଲି ଆଶା କରାଯାଉଛି । ତୁରନ୍ତ ବିଏସ୍ଏନ୍ଏଲ୍ର ମୋବାଇଲ୍ ଓ ବ୍ରବ୍ୟାଣ୍ଟ୍ ସେବା ଯୋଗାଇଦେବା ନିମନ୍ତେ ଦାବି ହେଉଛି ।
ଗୋରୁମହିଷାଣୀରେ ଗ୍ରାହକଙ୍କ ଅସନ୍ତୋଷ
|
January 4, 2021 |