ଗୋରୁମହିଶାଣୀ ଅଞ୍ଚଳରୁ ବ୍ୟାପକ କୁହାପଥର ଚୋରାଚାଲାଣ

Spread the love

ବାରିପଦା,ରାଇରଙ୍ଗପୁର,୩୧/୮/୨୦ (ଲିଙ୍ଗରାଜ ପଣ୍ଡା)- ବାମନଘାଟୀ ଉପଖଣ୍ଡର ଗୋରୁମହିଷାଣୀ ଲୁହାପଥର ଖଣି ଅଞ୍ଚଳ ଯଥା ଶୁଣ୍ଡାଳ ଚିନି ପାଖ ୨, ହିକେଇସାହି ବାଲିଖଣି ଓ କଟୁପୀଟ ଇତ୍ୟାଦି ଗ୍ରାମରୁ ଦୈନିକ ପ୍ରାୟ ସାତୋଟି ଡମ୍ପରରେ ଚୋରାରେ ଝାଡଖଣ୍ଡକୁ ଲୁହାପଥର ଚାଲାଣ ଚାଲିଛି । ସେ ବି ପୁଲିସ, ପ୍ରଶାସ ନ,ଖଣିବିଭାଗ,ବନବିଭାଗ, ତହସିଲ ପଦାଧିରୀ ଓ କର୍ମଚାରୀଙ୍କ ସୁଜ୍ଞାତସାରରେ ଏହି ଚୋରା ଚାଲାଣ ଗୋରୁମହିଷାଣୀ ଥାନାରୁ ଆରମ୍ଭ କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ରାଇରଙ୍ଗପୁର ଟାଉନ ଥାନା, ବହଳଦା ଓ ତିରିଂ ଥାନା ଏହିପରି ପାଞ୍ଚଟି ଥାନା ପାର କରି ଦୈନିକ ପାଞ୍ଚରୁ ସାତୋଟି ଡମ୍ପରରେ ଲୁହାପଥର ଝାଡଖଣ୍ଡକୁ ଚୋରା ଚାଲାଣ ଚାଲିଛି । ଏହି ଲୁହାପଥର ଚୋରା କାରବାରରେ ପୁଲିସ ପଦାଧୂରୀ, ବନବିଭାଗ, ଖଣି ତହସିଲ କର୍ମଚାରୀ । ଏପରିକି ସାମ୍ବାଦିକମାନେ ବି ସାମିଲ ଓ ମଧ୍ୟସ୍ଥି କାମ ଚଲେଇଛନ୍ତି । ଏ ନେଇ ଆଇନପୁଂଖଳା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଗତ ୨୪ତାରିଖ ସୋମବାର ଦିନ ରାତି ୮ଟାରେ ବଡ଼ଗାଁ ଗ୍ରାମରେ ଲୁହାପଥର ମାଫିଆଙ୍କ, ଆକ୍ରମଣରେ ବଡଗାଁ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ତଥା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଦାଏର ଏତଲା ମୁତାବକ ବଡଗାଁ ଗ୍ରାମର ଗଣେଶ୍ଵର ମହାନ୍ତଙ୍କ ପୁଅ ଧର୍ମେନ୍ଦ୍ର ମହାନ୍ତ (୪୦ବର୍ଷ) ବଡଗାଁ ଗ୍ରାମ ଛକରେ ଛିଡା ହୋଇଥିବା ବେଳେ ଉକ୍ତ ଗ୍ରାମର ଦୈତାରୀ ମହାନ୍ତ, କିଷ ମହାନ୍ତ ଓରଫ ବିକି, ରିଦୋୟ ମହାନ୍ତ ଓରଫ ନୀର ଓଉ ଗୁଣ୍ଡୁରୁ, ଶରତ ଚନ୍ଦ୍ର ମହାନ୍ତ ଓ ଦୀପରଞ୍ଜନ ମହାନ୍ତ ପ୍ରମୁଖ ସଙ୍ଘବଦ୍ଧ ଭାବେ ଆସି ତାଙ୍କୁ ଅଶ୍ରାବ୍ୟ ଗାଳିଗୁଲଜ କରିବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ନିସ୍ତୁକ ମାଡରେ ସେ ଗୁରୁତର ରକ୍ତାକ୍ତ ଆହତ ହୋଇଥିଲେ । ତାଙ୍କ ଆଖିରେ ଗୁରୁତର ଆଘାତ ହୋଇଥିବା ବେଳେ କାନ ପରଦା ଫାଟିଯାଇଥିଲା । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇ ଚିକିସ୍ଥିତ କରାଯାଇଥିଲା ଓ ପରେ ବାରିପଦା ସ୍ଥାନାନ୍ତରୀତ କରାଯାଇଥିଲା । ଅଭିଯୁକ୍ତମାନେ ଆକ୍ରମଣ କରିବା ସହ ଧମେନ୍ଦ୍ର ସାମସୁଙ୍ଗ ଏ୭୦ ମୋତେ ମୋବାଇଲକୁ ଲୁଟି ନେଇଥିଲେ। ସେମାନେ ହାପଥର ଚୋରାକାରବାର କରୁଥିବାରେ ତାକୁ ଜୀବନରେ ମାରି ଲୁହାପଥର ଗାଡିରେ ଝାଡ଼ଖଣ୍ଡରେ ପକେର ଦେବାର ଚେତାବନୀ ଦେଉଥିଲେ, ଏ ନେଇ ସେ ୨୫ତାରିଖରେ ସକାଳେ ଗ୍ରାମାଳ ଥାନାରେ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ବିରୁଦ୍ଧରେ ରିତ ଏତଲା ଦାଏର କରିଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଏହି ଘଟଣାରେ କେଶ ୪୮-୨୦୨୦ରେ ଆରପିସିର ଦଫା ୩୪୧/୩୨୩ ,୨୯୪/୩୭୯, /୫୦୬/୪୨୭ ଓ ୩୪ଦଫାରେ କେଶ ରଙ୍କୁ କରିଛି । ହେଲେ ଏଯାବତ ଅଭିଯୁକ୍ତମାନଙ୍କୁ ଗିରଫ କରିପାରି ନାହିଁ । ସେମାନେ ଏବେବି କୁଆଡେ ଅବାଧରେ ରାତିରାତି ଚୋରା ଲୁହାପଥର କାରବାର ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି ।

Related Posts

About The Author

Add Comment