ଗୋପଛକରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ

Spread the love

ଜେନାପୁର ୨୬/୧ (ସନ୍ଧାନ ନିୟୁଜ) ଲାଭ ଓ ଲୋଭରେ ମତୁଆଲା ମଣିଷ ଅନେକ ସମୟରେ ମା, ମାଟିର ଡାକ ତଥା ଦେଶପ୍ରେମକୁ ଭୁଲିଯାଏ ବୋଲି ଅଭିଯୋଗ ହୋଇଥାଏ । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ବାଲିସାହି ନିକଷ୍ଟଟ ଗୋପଛକରେ ଯୁବକ ମାନେ ୭୧ ତମ ସ୍ୱାଧୀନତା ଦିବସରେ ପତକା ଉତ୍ତଳନ କରିଥିଲେ।

ଜନରାଜ୍ୟ ଦିବସ
ସାଧାରଣତନ୍ତ୍ର ଦିବସର କିଛି ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରିଥିଲେ –
୧୯୫୦ ଜାନୁୟାରୀ ୨୬ରେ ଦେଶରେ ସମ୍ବିଧାନ ଲାଗୁ ହୋଇଥିବାରୁ ଏହି ଦିନକୁ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଇଆସୁଛି। ଏହି ଅବସରରେ ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉତ୍ତୋଳନ କରାଯିବା ସହିତ ସମ୍ବିଧାନ କାର୍ଯ୍ୟକାରୀ ହେବାର ସେହି ମଧୁର ସ୍ମୃତିକୁ ଦେଶବାସୀ ସ୍ମରଣ କରିଥାନ୍ତି।
 ନଭେମ୍ବର ୧୯୪୯ରେ ଭାରତର ସମ୍ବିଧାନକୁ ସ୍ୱୀକାର କରିଥିଲା। ମାତ୍ର ୨୬ ଜାନୁଆରୀ ୧୯୫୦ରେ ଭାରତର ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ ଦେଶରେ ଲାଗୁ ହୋଇଥିଲା। ଏହା ପରେ ଭାରତ ବିଶ୍ୱରେ ନିଜର ନୂତନ ପରିଚୟ ସୃଷ୍ଟି ପାଇଁ ପାଦ ଆଗକୁ ଅଗ୍ରସର କରିଥିଲା।
ଭାରତର ସମ୍ବିଧାନ ବିଶ୍ୱର ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ତୁଳନାରେ ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ ଅଟେ।
ଗଣତନ୍ତ୍ରର ଅର୍ଥ ହେଉଛି ଜନତାଙ୍କର, ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଶାସନ। ଏହି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ଜାତି ଏବଂ ଧର୍ମର ଲୋକେ ଏହାକୁ ମିଳିମିଶି ପାଳନ କରିଥାଆନ୍ତି। ଭାରତ ହେଉଛି ଲୋକତାନ୍ତ୍ରିକ ଦେଶ। ଦେଶର ସମ୍ବିଧାନ ରାଜନୀତିକ ନେତାଙ୍କୁ ଚୟନ କରିବାର ଅଧିକାର ଦେଶର ସାଧାରଣ ଜନତାଙ୍କ ଉପରେ ନ୍ୟସ୍ତ କରିଛି। ଡ. ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ। ସେ କହିଥିଲେ, ଆମେ ଗୋଟିଏ ସମ୍ବିଧାନ ଓ ସଂଘରେ ଆମର ପୁଣ୍ୟ ମହାନ ଓ ବିଶାଳ ଦେଶର ଅଧିକାରକୁ ପାଇଛୁ, ଯାହା ଦେଶରେ ବାସ କରୁଥିବା ପ୍ରତ୍ୟେକ ଲୋକଙ୍କ କଲ୍ୟାଣର ଦାୟିତ୍ୱ ନେଇଥାଏ।
କୁହାଯାଏ, ଦୁନିଆରେ ସେହି ଦେଶ ସବୁଠାରୁ ଅଧିକ ଶକ୍ତିଶାଳୀ, ଯେଉଁ ଦେଶର ନାଗରିକ ନିଜ ଦେଶ ପ୍ରତି ନିଷ୍ଠାବାନ ହେବା ସହ ଅଧିକ ଭଲ ପାଇବା ଦେଇଥାନ୍ତି।

Related Posts

About The Author

Add Comment