କୋରାପୁଟ, ୯/୬ (ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଗୋଡପଦର ଗ୍ରାମରେ ପ୍ରସିଦ୍ଧ ବିରିପାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଯାତ୍ରା ଗ୍ରାମର ଚାଷ ବାସ ଏବଂ ଗ୍ରାମବାସୀ ଭଲରେ ରହିବା ପାଇଁ ଏହି ପୂଜାର୍ଚ୍ଚନା କରାଯାଉଥିବାର ଜଣାପଡିଛି ।ଖବର ନେବାରୁ ଜଣାପଡିଛି ଯେ, ଯଦି ଗୋଡପଦର ଗ୍ରାମବାସୀ ଙ୍କ ଦେହ ଖରାପ ହେଲେ ବିରିପାଣି ଙ୍କ ପ୍ରସାଦ ପାଣି ସେବନ କଲେ କୁଆଡେ ଦେହ ଭଲ ହୋଇଯିବ ବୋଲି ଗ୍ରାମବାସୀ ଙ୍କ ବିଶ୍ୱାସ ରହିଛି ।ଏହି ଯାତ୍ରା ବହୁ ପୁରାତନ ଯୁଗରୁ ଆରମ୍ଭ ହୋଇଛି ।ଏହି ଯାତ୍ର କରିବା ଫଳରେ ଗ୍ରାମରେ ପାଣିପାଗ ଜାଣିବା ଏବଂ ଚାଷର ଅନୁକୂଳ ଉପରେ ଜାଣିହୁଏ ଓ ଏହି ଯାତ୍ରାରେ ବଳୀପ୍ରଥା ଥିଲେ ମଧ୍ୟ ତାହା ଧୀରେ ଧୀରେ କମିବାକୁ ବସିଲାଣି ବୋଲି ଗ୍ରାମର ମୁଖିଆ ପ୍ରକାଶ କରିଛନ୍ତି ।ଗୋଡପଦର ଗ୍ରାମର ପାହାଡ଼ ଉପରେ ବିରିପାଣି ଠାକୁରାଣୀ ପୂଜା ପାଆନ୍ତି ।ଏହି ପାହାଡ଼ ଉପରେ ଚଢ଼ିବାକୁ ହେଲେ ବିରିପାଣି ଙ୍କ ଆଶୀର୍ବାଦ ନ ଥିଲେ ଚଢିବା କଷ୍ଟକର ଏବଂ ବିରିପାଣି ଙ୍କ ଠାରେ ଯାହା ମାନସିକ ଥାଏ ତାହା ସମ୍ପୂର୍ଣ୍ଣ ଭାବେ ପୂର୍ଣ ହୋଇଥାଏ ବୋଲି ଗ୍ରାମବାସୀ ଙ୍କ ବିଶ୍ୱାସ ରହିଛି ।ଏହି ଯାତ୍ରାରେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଉପସ୍ଥିତ ରହି ଯାତ୍ରା ର ମଜା ଉଠାଇବା ସହ ଗ୍ରାମବାସୀ ଙ୍କ ସହ ମଜା ମଜଲିସ କରିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।





