ଗୋଟିଏ ପରିବାରର ସାମୁହିକ ଆତ୍ମହତ୍ୟା ଉଦ୍ୟମ: ୩ ମୃତ, ୩ ଗୁରୁତର

Spread the love

ଗୁଜରାଟ ୩/୩ (ସନ୍ଧାନ ନିଉଜ) ଗୁଜରାଟର ବଡ଼ୋଦରା ସାମା ଅଞ୍ଚଳରେ ସ୍ୱାତୀ ସୋସାଇଟିର ସୋନି ପରିବାରର ଘଟିଛି ଏକ ଦୁଃଖଦ ଘଟଣା। ସାମୁହିକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଏହି ପରିବାରର ସଦସ୍ୟ। ତେବେ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଖବରରୁ ପ୍ରକାଶ। ଆତ୍ମହତ୍ୟାର କାରଣ ଆର୍ଥିକ ସଙ୍କଟ ବୋଲି କୁହାଯାଉଛି। ସମସ୍ତ ଲୋକ ଥଣ୍ଡା ପାନୀୟରେ କୀଟନାଶକ ମିଶାଇ ପିଇଥିଲେ। ମୃତକଙ୍କ ମଧ୍ୟରେ ୩ ବର୍ଷର ଶିଶୁ, ତାଙ୍କ ଜେଜେବାପା ଏବଂ ପୀଉସୀ ଅଛନ୍ତି।

ଅବସ୍ଥା ବିଗିଡିଯିବା ପରେ ଘରେ ପାଟିତୁଣ୍ଡ ଶୁଣି ପଡୋଶୀମାନେ ଘରକୁ ଯାଇ ୧୦୮ ଆମ୍ବୁଲାନ୍ସ ଏବଂ ପୋଲିସକୁ ଖବର ଦେଇଥିଲେ। ତେବେ ବୃଦ୍ଧ ପିତା ଏବଂ ଝିଅଙ୍କ ସମେତ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛି ଏବଂ କିଛି ସମୟ ପରେ ଫୋରେନସିକ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଏସିପି ଭରତ ରାଥୋଡ କହିଛନ୍ତି ଯେ, ଘରୁ କୌଣସି ଆତ୍ମହତ୍ୟା ନୋଟ ମିଳି ନାହିଁ କିନ୍ତୁ ପଡୋଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ବୋଧହୁଏ ଏହି କାରଣରୁ ସମଗ୍ର ପରିବାର ଏକତ୍ର ବିଷ ପିଇ ମରିବାକୁ ଚେଷ୍ଟା କରିଥିଲେ। ଘଟଣାର ଅନୁସନ୍ଧାନ କରାଯାଉଛି।

Related Posts

About The Author

Add Comment