ଯାଜପୁର ସଦର, : ୯/୪/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ଗୋ ମାଂସ ବାରମ୍ଵାର ଗାଡି ମାନଙ୍କରେ ବୋଝେଇ କର।ଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଏ ନେଇ ବବରଙ୍ଗି ଦଳ କ୍ଷୋଭ ପ୍ରକାଶ କରିବା ସହିତ ଗୋ ସୁରକ୍ଷା କରାଯିବା ଲାଗି ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗୋ ମାଂସ ବୋଝେଇ ହୋଇ କଲିକତା ଯାଉଥିବା ବେଳେ ଏହି ପିକ୍ ଅପ୍ ଭ୍ୟାନ୍ ଗାଡିକୁ କୌଣସି ସୁତ୍ରରୁ ଖବର ପାଇ କୁଆଖିଆ ପୋଲିସ୍ ଗାଡିକୁ ଜବତ କରିବା ସହିତ ୨ ଜଣ ଗୋ ମାଫିଆଙ୍କୁ ଗିରଫ କରି ଯାଜପୁର କୋର୍ଟକୁ ଚାଲାଣ କରିଛି । ରବିବାର ରାତିରେ ପିକ୍ ଅପ୍ ରେ ଗୋ ମାଂସ ବୋଝେଇ କରି ଯାଉଥିବାର କୁଆଖିଆ ଥାନା ଅଧିକାରୀ ସୁସାନ୍ତ ସେଠି ଙ୍କ ନେତୃତ୍ଵର ଏସ୍ଆଇ ସୂର୍ଯ୍ୟ ସାହୁ,ଏସ୍ଆଇ ମନୋଜ ପରିଡା ଏବଂ ଦିଲିପ ସିଂ କୁଆଖିଆ ଥାନାର ଏକ ପୋଲିସ୍ ଟିମ୍ କୁଆଖିଆ ପୋଲିସ୍ ଉପରେ ଗାଡିକୁ ସକାଳ ସମୟରେ ଅଟକାଇ ଗାଡିକୁ ଜବତ କରି ଥିଲେ । ମାଜିଷ୍ଟେଟଙ୍କ ଉପସ୍ଥିତିରେ ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରା । ରସୁଲପୁର ବି.ଡି.ଓ ଡ. ଜ୍ୟୋତି ରଂଜନ ମହାନ୍ତି ଥାନା ଅଧିକାରୀଙ୍କ ଗାଡି ଜବତ କରାଯାଇ ଥିଲା । ପରିକ୍ଷା ପାଇଁ ୨ଟି ପ୍ୟାକେଟ୍ ର ନମୁନା ୨ଟି ଲ୍ୟାବ୍ରୋଟୋରିକୁ ପଠା ଯାଇଥିବା ବେଳେ କୁଆଖିଆ ପୋଲିସ୍ ଗାଡିକୁ ଜବତ କରିବା ସହିତ ଗାଡି ଡ୍ରାଇଭର ପଶ୍ଚିମବଙ୍ଗ ଉତ୍ତରଚବିଶିପ୍ରଗଣାଜିଲ୍ଲାହାସନ।ବାଗଥାନାଦକ୍ଷିଣଭେଭିଆଗ୍ରାମରଅଜିରୁଲଗାଜି (୨୭ ଗାଡିମାଲିକସେହିଜିଲ୍ଲାରମିଲାଖାଥାନାଚାଇତୋଇଗ୍ରାମରମନିରୁଲଗାଡିକୁଗିରଫକରିକୋର୍ଟଚାଲାଣ କରାଯାଇଥିବା ଏସ୍ଆଇ ନରେନ୍ କିଶୋର ଦାସ ସୂଚନା ଦେଇଛନ୍ତି । ଗୋ ମାଂସକୁ ଜେସିବିରେ ଗାତ ଖୋଳାଯାଇ ପୋତାଯାଇଥିବା ଜଣ।ଯାଇଛି ।
ଗୋ ମାଂସ ପିକ୍ ଅପ୍ ଭ୍ୟାନ୍ ଜବତ ୨ ଆସାମୀ ଗିରଫ
|
April 9, 2026 |



