ଯାଜପୁର, ୧୨ /୩ (ସନ୍ଧାନ ନିୟୁଜ ) ରସୁଲପୁର ଓ ଯାଜପୁର ବ୍ଲକର ସୀମାବର୍ତ୍ତୀ ଅଂଚଳରେ ଅନୁଷ୍ଠିତ ବିଶାଳ ଗୋ-ନବରାତ୍ର ସୁରଭି ମହାଯଜ୍ଞ ଆଜିଠାରୁ ଆରମ୍ଭ ହୋଇଛି । ଯଜେ୍ଞାତ୍ସବକୁ ନେଇ ରସୁଲପୁର ବ୍ଲକର ବ୍ରହ୍ମବରଦା, ଯାଜପୁର ବ୍ଲକର ଝଲପଡା, କାକୁଡିକୁଦ, ନିଳକଣ୍ଠପୁର ଆଦି ପଂଚାୟତର ଜନସାଧାରଣଙ୍କ ମଧ୍ୟରେ ଭକ୍ତିଭାବ ଉଦ୍ରେକ ହୋଇଥିଲା ଏହି ଅବସରରେ ଆଜି ପ୍ରାତଃହରୁ ଯଜ୍ଞ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ସଂକୀର୍ତ୍ତନ ମଣ୍ଡଳି ସହ ପଣ୍ଡିତ ରଘୁନାଥ ଜେମା, ରତିକାନ୍ତ ତ୍ରୀପାଠି ପ୍ରମୁଖ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବା ପୂର୍ବକ ଆଜ୍ଞାମାଳ ସହ ଯଜ୍ଞ ମଣ୍ଡପ ନିକଟରେ ପହଁଚିଥିଲେ । ଏଥିସହ ବିଭିନ୍ନ ପଂଚାୟତର ଶତାଧିକ ମହିଳାଙ୍କୁ ନେଇ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସରପଂଚ ନିର୍ମଳ ସାମଲ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯଜ୍ଞ ସକାଶେ ଅଧିବାଶ ଓ କୁଣ୍ଡମଣ୍ଡଳ ପୂଜା ଅନୁଷ୍ଠିତ ହୋଇଯାଇଛି । ବିହାର ରାଜ୍ୟର ସନ୍ଥ ସତ୍ପାଲ ମହାରାଜଜୀ, ସୁବିତ୍ କୁମାର, ପଣ୍ଡିତ ଅନିରୁଦ୍ଧ ପଣ୍ଡା, ରମେଶ ପାଢୀ, ମନୋଜ ଆଚାର୍ଯ୍ୟ, ନରହରି ପଣ୍ଡା, ଅଭିମନୁ୍ୟ ଷଢଙ୍ଗୀ ପ୍ରମୁଖ ଯଜ୍ଞ କାର୍ଯ୍ୟରେ ଯୋଗଦାନ କରିଥିଲେ । ସଂଦ୍ଧ୍ୟାରେ ସନ୍ଥମାନଙ୍କ ଦ୍ୱାରା ପ୍ରବଚନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣକରି ଆଶିଷଲାଭ କରିଥିଲେ । (ଫଟୋ ଅଛି)
ଗୋ-ନବରାତ୍ର ସୁରଭି ମହାଯଜ୍ଞ ଆରମ୍ଭ, ଯଜ୍ଞ ମଣ୍ଡପରେ ପହଁଚିଲା ମା ବିରଜାଙ୍କ ଆଜ୍ଞାମାଳ
|
March 12, 2019 |
