ପଶ୍ଚିମବଙ୍ଗ, ୧୩/୦୧/୨୦୧୨ (ସନ୍ଧାନ ନିଉଜ) ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରେ ଗୌହାଟି ଅଭିମୁଖେ ଯାତ୍ରାରତ ବିକାନେର୍ ଏକ୍ସପ୍ରେସ୍ର ପ୍ରାୟ ୧୨ଟି ବଗି ଧାରଣାଚ୍ୟୁତ ହୋଇଛି। ଏହି କାରଣରୁ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ମୈନାପାଇଗୁଡ଼ି ଏବଂ ଜଳପାଇଗୁଡ଼ି ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି।
ଧାରଣାଚ୍ୟୁତି ସ୍ଥଳରେ ପହଞ୍ଚି ରେଳବାଇ ପୁଲିସ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ‘ତେବେ ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଏନ୍ଡିଆର୍ଏଫ୍’ ଟିମ୍ ମଧ୍ୟ ଏହି ଘଟଣାରେ ନିୟୋଜିତ ହୋଇଛନ୍ତି । ଉଚ୍ଚସ୍ତରୀୟ ରେଲୱେ ସେପ୍ଟି ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଛି । ତେବେ ଏହି ଘଟଣାରେ ଭାରତୀୟ ରେଳବାଇ ଜରୁରୀକାଳୀନ ନମ୍ବର (୮୧୩୪୦୫୪୯୯୯)ଜାରି କରିଛି।