ଗୁପ୍ତଚର ସାଜି ସେନା ବିଭାଗର ଗୋପନୀୟ ଦଲିଲ୍‌କୁ ପାକିସ୍ତାନର ଆଇଏସ୍‌ଆଇକୁ ବିକ୍ରୟ କରୁଥିବା ସେନା ବିଭାଗର କିରାଣି ଗିରଫ

Spread the love

ମାହୋ (ମଧ୍ୟପ୍ରଦେଶ), ୧୬/୫ (ସନ୍ଧାନ ନିୟୁଜ): ପାକିସ୍ତାନୀ ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ କିରାଣିକୁ ଆଜି ପୋଲିସ୍‌ ଗିରଫ କରିଛି।  ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ମଧ୍ୟପ୍ରଦେଶର ମାହୋରେ ଥିବା ଏକ ଇନ୍‌ଡ଼ାଣ୍ଟ୍ରି ବାଟାଲିୟନରେ ଜଣେ କିରାଣି ରୂପେ ନିଯୁକ୍ତି ପାଇଥିବା ଜନୈକ ବ୍ୟକ୍ତିଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିଜ ଜାଲରେ ଫସାଇ ଦେବାପରେ ତାଙ୍କ ଜରିଆରେ ସେନା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଦଲିଲ୍‌କୁ ହାତେଇ ନେଇଥିଲା।  ଆଇଏସ୍‌ଆଇ ହାତରୁ ଅର୍ଥ ନେଇ ଅର୍ଥ ବିନିମୟରେ ସଂପୃକ୍ତ କିରାଣି ଜଣକ ସେନା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଦଲିଲ୍‌କୁ ଆଇଏସ୍‌ଆଇକୁ ହସ୍ତାନ୍ତର କରି ଦେଇଥିବା ଜାଣିବାକୁ ମିଳିଛି। ତେବେ, ସଂପୃକ୍ତ କିରାଣିଙ୍କର ଚାଳିଚଳଣ କ୍ରମେ ସନ୍ଦେହପୂର୍ଣ୍ଣ ହେବାରୁ ଉଭୟ ସେନା ଓ ପୋଲିସ୍‌ ପକ୍ଷରୁ ତାଙ୍କ ଉପରେ ନଜର ରଖା ଯାଇଥିଲା। ତେବେ, ଗତ ବୁଧବାର ରାତିରେ ସେ ସେନା ବିଭାଗର କିଛି ସେନା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ଦଲିଲ୍‌କୁ ଜନୈକ ଅଜ୍ଞାତ ବ୍ୟକ୍ତିକୁ ହସ୍ତାନ୍ତର କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।

Related Posts

About The Author

Add Comment