ଗୁଡାରୀ ଫରେଷ୍ଟ ରେଞ୍ଜ ଅଫିସର ଭିଜିଲାନ୍ସ ଜାଲରେ: ଗାଡ଼ିରୁ ଜବତ ହେଲା ୨ ଲକ୍ଷ ୩୩ ହଜାର ଟଙ୍କା

Spread the love

ରାୟଗଡା/(ସନ୍ଧାନ ନ୍ୟୁଜ) ରାଜ୍ୟରେ ଭିଜିଲାନ୍ସର ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ। ଗାଡ଼ିରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗୁଡାରୀ ଫରେଷ୍ଟ ରେଞ୍ଜ ଅଫିସର (Range Officer) ସୁକୁମାର ଦୁଖୁ,

ମିଳିଥିବା ସୂଚନା ଅନୁଯାୟୀ, ଗୁଡାରୀ ରେଞ୍ଜ ଅଫିସର ସୁକୁମାର ଦୁଖୁ ଏକ ଗାଡ଼ିରେ ଯାଉଥିବା ସମୟରେ ପୂର୍ବରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇଥିଲା। ତଲାସି ସମୟରେ ଗାଡ଼ି ଭିତରୁ ୨ ଲକ୍ଷ ୩୩ ହଜାର ଟଙ୍କା ନଗଦ ଜବତ କରାଯାଇଛି।

​ଜବତ ହୋଇଥିବା ଏତେ ପରିମାଣର ଟଙ୍କା କେଉଁଠାରୁ ଆସିଲା, କାହା ପାଖକୁ ନିଆଯାଉଥିଲା କିମ୍ବା ଏହି ଅର୍ଥର ଉତ୍ସ କ’ଣ, ସେ ସମ୍ପର୍କରେ ରେଞ୍ଜ ଅଫିସର ଶ୍ରୀ ଦୁଖୁ ଭିଜିଲାନ୍ସ ଅଧିକାରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ସ୍ପଷ୍ଟ ପ୍ରମାଣର ଅଭାବ ଏବଂ ଅସଙ୍ଗତ ଉତ୍ତର ଯୋଗୁଁ ତାଙ୍କୁ ତୁରନ୍ତ ଅଟକ ରଖାଯାଇଛି

ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଘଟଣାର ଗଭୀର ତଦନ୍ତ ଜାରି ରହିଛି। ଅଫିସରଙ୍କ ଅଫିସ୍ ଓ ସରକାରୀ ବାସଭବନ ଏବଂ ଅନ୍ୟ ସମ୍ଭାବ୍ୟ ସ୍ଥାନମାନଙ୍କରେ ମଧ୍ୟ ଚଢ଼ାଉ କରାଯିବାର ସମ୍ଭାବନା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ବୋଲି ସୂଚନା ମିଳିଛି।

​ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

 

Related Posts

About The Author

Add Comment