ଗାନ୍ଧିଜୀଙ୍କୁ ‘ରାଷ୍ଟ୍ରପୁତ୍ର’ କହିଲେ ପ୍ରଜ୍ଞା ଠାକୁର

Spread the love

ଭୋପାଳ, ୨୧/୧୦ (ସନ୍ଧାନ ନିଉଜ) : ଭୋପାଳର ବିଜେପି ସାଂସଦ ସାଧ୍ଵୀ ପ୍ରଜ୍ଞା ଠାକୁର ନିଜର ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ‘ରାଷ୍ଟ୍ରପୁତ୍ର’ କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରଜ୍ଞା ଠାକୁର ଭୋପାଳ ରେଳ ଷ୍ଟେଶନରେ ଏକ କାର୍ଯ୍ୟକ୍ରମ​‌ରେ ଯୋଗଦେବା ଅବସରରେ ଏହା କହିଛନ୍ତି।

ସୂଚନା ଅନୁସାରେ, ବିଜେପି ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସଙ୍କଳ୍ପ ଶୋଭାଯାତ୍ରା କରୁଥିବାବେଳେ ପ୍ରଜ୍ଞା ବର୍ତ୍ତମାନ ସୁଦ୍ଧା ସେଥିରେ ସାମିଲ ହୋଇନାହାନ୍ତି। ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ଉତ୍ତରରେ ପ୍ରଜ୍ଞା କହିଥିଲେ, ଗାନ୍ଧିଜୀ ରାଷ୍ଟ୍ରପୁତ୍ର ଅଟନ୍ତି ଏବଂ ସେ ଆମମାନଙ୍କ ପାଇଁ ଆଦରଣୀୟ। ଯିଏ ଯାହା ବି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ସେ ଆମ ପାଇଁ ଆଦରଣୀୟ। ଆମେ ଏଭଳି ଲୋକଙ୍କ ମାର୍ଗରେ ଚାଲୁଛେ ଏବଂ ତାଙ୍କର ଗୁଣଗାନ କରୁଛେ। କିନ୍ତୁ ମୋତେ କାହାକୁ ସଫେଇ ଦେବାର ଆବଶ୍ୟକତା ନାହିଁ।

Related Posts

About The Author

Add Comment