ଗର୍ଭବତୀଙ୍କୁ କିରୋସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ

Spread the love

କଟକ, ୨/୧ (ସନ୍ଧାନ ନିୟୁଜ/ପ୍ରକାଶ ରାଉତ) ଗର୍ଭବତୀ ମହିଳାଙ୍କୁ କିରୋସିନି ଢାଳି ମାରିଦେବା କୁ ଚେଷ୍ଟା କରିଥିଲେ ଶାଶୁ ଘର ପରିବାର ଲୋକେ l ଅଳ୍ପକେ ବର୍ତ୍ତୀ ଲେ ଗର୍ଭବତୀ ମହିଳା l ଫାଣ୍ଡିରେ ଏତଲା ପରେ ପୁଲିସ ନୀରବ ଦ୍ରଷ୍ଟା l ନ୍ୟାୟ ପାଇଁ ଗର୍ଭବତୀ ମହିଳା l ଏହି ଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ହଳଦିଆ ପଞ୍ଚାୟତ ଝାଡେଶ୍ୱର ପୁର ଇଟା ମୁଣ୍ଡୁଳି ଗ୍ରାମର ଉପେନ୍ଦ୍ର ରାଉଳ ଙ୍କ ପୁଅ କମଳା କାନ୍ତ ରାଉଳ ଓରଫ ବାପି ଙ୍କୁ ବୈଦିକ ରୀତିରେ ଗତ 20 – 6-2018 ରେ ବିବାହ କରିଥିଲେ ଭଦ୍ରେଶ୍ୱର ପଞ୍ଚାୟତ ପାଣ୍ଡିଆ ଗ୍ରାମର କୈଳାସ ଚନ୍ଦ୍ର ରାଉଳ ଙ୍କ ଝିଅ ମାମlଲି ରାଉଳ l ତେବେ ବିବାହ ପୂର୍ବରୁ କମଳା କାନ୍ତ ଦାବି ମୁତାବକ ଯୌତୁକ ସାମଗ୍ରୀ ମାମlଲି ଙ୍କ ଘର ଧାର୍ କରଜ କରି ଦେଇଥିଲେ l ତେବେ ବିବାହର 20 ଦିନ ପରେ ମାମlଲି ଙ୍କ ସ୍ଵାମୀ, ଶାଶୁ, ଶ୍ୱଶୁର ମିଳିମିଶି ଅଧିକ ଯୌତୁକ ଦାବୀରେ  ମାମlଲି ଙ୍କୁ ନିର୍ଯ୍ୟାତନା ଦେଉଥିଲେ l ମାତ୍ର 20 ଦିନ ନିର୍ଯ୍ୟତନା ସହିଲା ପରେ ମାମlଲି ଙ୍କ ବାପଘର ଲୋକ ନେଇ ଆସିଥିଲେ ଘରକୁ l ଏହାପରେ ଦୁଇ ପକ୍ଷରୁ ଭଦ୍ର ଲୋକ ଙ୍କ ଉପସ୍ଥିତିରେ ଏକ ପ୍ରକାର ସମାଧନ କରାଯାଇଥିଲା l ହେଲେ କିଛି ଦିନ ପରେ ଶାଶୁ ଘର ଲୋକେ ପୁଣି ମାମlଲି ଙ୍କୁ ନିର୍ଯ୍ୟାତନା ଦେବାକୁ ପଛାଇ ନ ଥିଲେ l ତେବେ ଗତ 30 ତାରିଖ ଦିନ ଅଧିକ ଯୌତୁକ ପାଇଁ ଶାଶୁ ମଞ୍ଜୁଲତା, ଶ୍ୱଶୁର ଉପେନ୍ଦ୍ର ରାଉଳ, ସ୍ଵାମୀ କମଳା କାନ୍ତ ରାଉଳ ମିଶି  ମାମlଲି ଙ୍କୁ ମାଡ ମାରିବା ସହିତ କିରୋସିନି ଢାଳି ପୋଡି ମାରିଦେବା କୁ ଚେଷ୍ଟା କରୁଥିବା ସମୟରେ   ମାମlଲି କୌଶଳ କ୍ରମେ ସେଠାରୁ ଖସି ବାପ ଘର କୁ ଫୋନ କରିଥିଲେ l ସମ୍ପର୍କୀୟ ମନୋଜ ମିଶ୍ର ସେହି ଗ୍ରାମର ମନୋଜ ମିଶ୍ର, ନଣନ୍ଦ ମାମା, ପିଉସା ଶ୍ୱଶୁର ପିଉସୀ ଶାଶୁ ମଧ୍ୟ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି ଭଦ୍ରେଶ୍ୱର ଫାନ୍ଦି ରେ l ତେବେ 4 ଦିନ ହେବ ଭଦ୍ରେଶ୍ୱର ଫାଣ୍ଡିରେ ମାମlଲି ଙ୍କ ପରିବାର ଲୋକେ ଏତଲା ଦେଇଥିଲେ ସୁଦ୍ଧା ପୁଲିସ କଣ ପାଇଁ ଚୁପ୍ ରହିଛି I ଏପଟେ 5 ମାସ ଧରି ଗର୍ଭବତୀ ଥିବା ମାମାଲି ନ୍ୟାୟ ପାଇଁ ଚାହିଁ ବସିଛି ବାପ ଘରେ l ତେବେ ଏହି ଗର୍ଭବତୀ ମହିଳା ଙ୍କୁ ନ୍ୟାୟ କେବେ ମିଳିବ ସେ କଥା ସମୟ କହିବ l ଏପଟେ ପୁଲିସ ଆଖିରେ ଧୂଳି ଦେଇ ମାମlଲି ଙ୍କ ଶାଶୁ ଘର ଲୋକ ଖୁଲମ୍ ଖୁଲା ବୁଲୁଥିଲେ ସୁଦ୍ଧା ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ୍ କରିନାହିଁ l ପୁଲିସ ର ନୀରବତା ନେଇ ସାଧାରଣରେ ପ୍ରଶ୍ନ ଉଠିଛି

Related Posts

About The Author

Add Comment