ଆଠଗଡ଼, 14.01.2021(ସନ୍ଧାନ ନିଉଜ୍) : ପୁଣି ଏକ ଗର୍ଭବତୀ ହରିଣର ମୃତ୍ୟୁ। ଆଠଗଡ ବାନାଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲରେ ଆଉ ଏକ ଗର୍ଭବତୀ ହରିଣର ମୃତ୍ୟୁ ହୋଇଛି। ଯାହାକି ଆଠଗଡ଼ ବନଖଣ୍ଡରେ ବନ୍ୟଜନ୍ତୁ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଠଗଡ ବାନାଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲ ଖୁଣ୍ଟଣୀ କଲେଜ ପଛପଖରେ ଏକ ଗର୍ଭବତୀ ହରିଣର ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ। ବିଭାଗୀୟ କର୍ମଚାରୀ ପହଞ୍ଚିବା ବେଳକୁ ହରିଣଟିର ମୃତ୍ୟୁ ହୋଇଯାଇଥିଲା। ମୃତ ହରଣଟିକୁ ଆଠଗଡ ପଶୁ ଚିକିତ୍ସାୟଳକୁ ଆଣି ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ହରିଣୀଟି ଗର୍ଭବତୀ ଥିବା ଜଣାପଡିଥିବ ଡାକ୍ତର ସୁଶାନ୍ତ କୁମାର ବେହେରା ସୂଚନା ଦେଇଥିଲେ। ଆଠଗଡ ବନଖଣ୍ଡରେ ତୃଷାର୍ଥ ଏବଂ ଭୋଲିକା ଥିବା ହରିଣମାନଙ୍କ ମୃତ୍ୟୁ ହୋଇଥିବା ନଜୀର ରହିଛି। ଏଥିସହ କୁକୁରମାନଙ୍କ ଭୟରେ ପ୍ରାଣ ବିକଳରେ ହରିଣ ଲୋକମାନଙ୍କ ଘରେ ଭିତରକୁ ପଶି ଯାଉଛନ୍ତି।ବନ୍ୟାଜନ୍ତୁଙ୍କ ସୁରକ୍ଷା ଏବଂ ସେମାନଙ୍କ ଖାଦ୍ୟପେୟ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସେମାନଙ୍କ ଦାୟିତ୍ବହୀନତା ଯୋଗୁଁ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି ।
ଗର୍ଭବତୀ ହରିଣର ମୃତ୍ୟୁ, ବନ ବିଭାଗକୁ ଦାୟୀ କଲେ ଗ୍ରାମବାସୀ
|
January 14, 2021 |