ଗବେଷକ ଭାଗ୍ୟଧର ସେଠୀଙ୍କ ରୁଷ ଯାତ୍ରା

Spread the love

ଯାଜପୁର, ୧୦/୯(ସନ୍ଧାନ ନିୟଜୁ) ଜବାହାରଲାଲ ନେହୁରୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଗବେଷଣା କରୁଥିବା ଯାଜପୁର ଜିଲ୍ଲାର ରମ୍ପେଇ ଗ୍ରାମର ଦୌତାରୀ ସେଠୀ ଏବଂ ଲକ୍ଷ୍ମୀ ସେଠୀଙ୍କର କନିଷ୍ଠ ପୁତ୍ର ଭାଗ୍ୟଧର ସେଠୀ ରୁଷ ଯାତ୍ରା କରିବା ସହିତ ସେଠାରେ ଅଧିକ ଗବେଷଣା କରିବେ ବୋଲି ମନୋନୀତ ହୋଇ ରୁଷ ଯାତ୍ରା କରିଛନ୍ତି । ଶ୍ରୀ ସେଠୀ ଭାରତୀୟ ସାମଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇ.ସି.ଏସ.ଏସ.ଆର) ଦ୍ୱାରା ମନୋନୀତ ହୋଇ ରୁଷିଆକୁ ଯାତ୍ରା କରିଛନ୍ତି । ସେ ‘ଉର୍ଜା ସୁରକ୍ଷା’ (ଏନର୍ଜି ସୁକୁରିଟି) ଉପରେ ଗବେଷଣା କରିବା ସହିତ ଏହାକୁ ଭାରତ, ରୁଷ, ଏବଂ ବେଲାରୁଷ ଦେଶଗୁଡିକରେ କିପରି ସୁବିନିଯୋଗ କରାଯିବା ତାହା ଉପେର ଅଧିକ ଗବେଷଣା କରୁଛନ୍ତି । ରୁଷରେ ସେ କଂଗ୍ରେସ ଅଫ ରୁସିଆନ ସୋସାଇଟ ଅଫ ପଲଟିକାଲ ସାଇନ୍ସ୍ ଶିଖର ସମ୍ମଳନୀରେ ଯୋଗଦେଇ ଭାରତୀୟଙ୍କ ପକ୍ଷରୁ ପକ୍ଷ ରଖିବା ସହିତ ମସ୍କୋସ୍ଥିତ ହିମାନଟେରିଆନ ୟୁନିଭରସିଟିରେ କିଛିଦିନ ଅତିଥି ଅଧ୍ୟାପକ ଭାବେ ଅଧ୍ୟପନା କରିବାର କାର୍ଯ୍ୟପନ୍ଥା ସ୍ଥିର ହୋଇଛି ।

ଶ୍ରୀ ସେଠୀ ସ୍ୱର୍ଗତ ପ୍ରଫେସର ଅରୁଣ ମହାନ୍ତିଙ୍କ ତତ୍ୱାବଧାନରେ ନିଜର ଏମ.ଫିଲ ଶେଷ କରି ପ୍ରଫେସର ସଂଜୟ କୁମାର ପାଣ୍ଡେଙ୍କ ଅଧିନରେ ନିଜର ଗବେଷଣା ଜାରି ରଖିଛନ୍ତି । ଏପରକି ଦିଲ୍ଲୀରେ ଅବସ୍ଥାନ ସମୟରେ ପ୍ରଭାସୀ ଓଡିଆଙ୍କ ପାଇଁ ଉନ୍ନୟନ କାର୍ଯ୍ୟ କରି ବେଶ ପରିଚିତ ହୋଇପରିଛନ୍ତି । ତାଙ୍କର ଏହି ଯାତ୍ରା ପାଇ ବହୁ ଶୁଭେଚ୍ଛୁ ଶୁଭକାମାନା ଜଣାଇଛନ୍ତି । ଏକ ଅଖ୍ୟତ ପଲ୍ଲୀରୁ ନିଜର ପରିଶ୍ରମ ବଳରେ ରୁଷ ଦରବାରରେ ସ୍ଥାନ ପାଇ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି ।

ତାଙ୍କର ଏଭଳି ଯାତ୍ରା ପାଇଁ ସମାଜସେବୀ ମାନସ କୁମାର ରାଉତ, ଗବେଷକ ଜୌତିରଂଜନ ପଲେଇ, ବିଭୁଦତ ଖଣ୍ଡାଇତିରାୟ, ଅଜନ ବେହେରା ସୁମନ୍ତ ବେହେରା, ସମେତ ରାଜ୍ୟର ବହୁ ଗବେଷକ ଏବଂ ଯାଜପୁରର ବହୁ ଶୁଭେଚ୍ଛୁ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

Related Posts

About The Author

Add Comment