ଗଣଧାରଣା ୬ ଦିନ ପରେ ବି ର୍କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ଉଚ୍ଚ କର୍ତ୍ତୃପକ୍ଷ

Spread the love

ନୀଳଗିରି, ୦୨.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଲାଞ୍ଚୁଆ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ଉଚ୍ଚ କର୍ତ୍ତୃପକ୍ଷ। ଏ ନେଇ ଲାଞ୍ଚୁଆ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ ଗଣଧାରଣା ୬ ଦିନରେ ପହଞ୍ଚିଛି। ସହକାରୀ ନିର୍ବାହୀଯନ୍ତ୍ରୀ ଅନୀଲ କୁମାର ପଣ୍ଡା ଲାଞ୍ଚ ନେଇଥିବା ଠିକାଦାର ଅଭିଯୋଗ କରିଥିଲେ। ତେବେ ଗତକାଲି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନ ଅଧିକାରୀ କେହି ଘଟଣାକୁ ନେଇ ତତ୍ପରତା ଦେଖାଇ ନଥିଲେ କି ଧାରଣା ସ୍ଥଳରେ ପହଞ୍ଚି ନ ଥିଲେ। ଗତକାଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧାରଣାକୁ ସମର୍ଥନ ଜଣାଇବା ସହ ପାର୍ଲାମେଣ୍ଟ ଅଧିବେଶନ ପାଇଁ ଦିଲ୍ଲୀ ଯିବା ପୂର୍ବରୁ ଜିଲ୍ଲାପାଳଙ୍କୁ ଘଟଣାକୁ ନେଇ ତାଗିଦ ମଧ୍ୟ କରିଥିଲେ। ସୋମବାର ଧାରଣାସ୍ଥଳରେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ କୁମାର ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ସମ୍ପୃକ୍ତ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ତାଙ୍କୁ ଏଠାରୁ ବଦଳି କରାଯିବ ବୋଲି କହିଛନ୍ତି।

Related Posts

About The Author

Add Comment