‘ଗଜ’ ପରେ ପରେ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ

Spread the love

ନୂଆଦିଲ୍ଲୀ, ୨୦/୧୧(ସନ୍ଧାନ ନିୟୁଜ): ବଙ୍ଗୋପସାଗରରେ ଗତ ସପ୍ତାହରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଗଜ ତାମିଲନାଡ଼ୁରେ ତାଣ୍ଡବରଚିବା ପରେ ପୁଣି ଏକ ଲଘୁଚାପ ବଳୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ଉତ୍ତରପୂର୍ବ ବଙ୍ଗୋପସାଗରର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବଳୟ କ୍ରମଶଃ ପଶ୍ଚିମଦିଗରୁ ଦକ୍ଷିଣପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସହ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଆଜି ସନ୍ଧ୍ୟାଠାରୁ ତାମିଲନାଡ଼ୁ ଉପକୂଳ ସମେତ ପୁଡ଼ୁଚେରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ ଏହି ଲଘୁଚାପର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ରୟାଲସୀମା, ଦକ୍ଷିଣ ଆଭ୍ୟନ୍ତର କର୍ଣ୍ଣାଟକ ଓ କେରଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍‌ଡି ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଜରି ରହିବା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ଏହି ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଆଇଏମ୍‌ଡି ପକ୍ଷରୁ ପରାମର୍ଶ ଦିଆଯାଇଛି।

Related Posts

About The Author

Add Comment