Homeଜିଲ୍ଲା ପରିକ୍ରମାଭଦ୍ରକଗଛମୂଳେ ଚାଲିଛି ପ୍ରାଥମିକ ବିଦ୍ୟାଳୟ ଗଛମୂଳେ ଚାଲିଛି ପ୍ରାଥମିକ ବିଦ୍ୟାଳୟ Manas Kumar Rout | November 30, 2018 | Spread the love1 1Share ଭଦ୍ରକ, ୩୦ା୧୧ (ସନ୍ଧାନ ନିୟୁଜ ) ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାରଙ୍କ ଯାଏଁ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଏଦିଗରେ କେଉଁଠିନାଁ କେଉଁଠି ଯୋଜନା ଅପହଂଚ ହୋଇଯାଉଛି । ଯେଉଁ ଶିକ୍ଷା ବ୍ୟବସ୍ଥାରୁ ବିଦ୍ୟାର୍ଥି ଶିକ୍ଷା ଗ୍ରହଣ କରି ଦେଶର ସୁ ନାଗରିକ ହେବେ ସେପରି ସ୍ଥଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଗଛ ମୁଳରୁ ସେମାନଙ୍କ ପାଠପଢ଼ା ଆରମ୍ଭ ହେଉଛି । ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତର ବିରୋଳୀ ରାଜସ୍ୱ ଗ୍ରାମ ଠାରେ । ଗାଁ ମୁଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅବସ୍ଥିତ ବିରୋଳୀ ହରିଜନ ସାହି ପ୍ରୋଜେକ୍ଟ ବିଦ୍ୟାଳୟଟି ଦିର୍ଘ ବର୍ଷ ହେବ ଗଛମୂଳେ ଚାଲିଛି । ପାଖରେ ଝÿାଟି ମାଟିର ଏକ ଚିତୋବିନୋଦନ କେନ୍ଦ୍ର ଥିବା ବେଳେ ସେଠାରେ ଅଙ୍ଗନୱାଡ଼ି ଓ ମଧ୍ୟାନ୍ନ ଭୋଜନ ପାଇଁ ରୋଷେଇ ହେଉଛି । ପିଲାମାନେ ଗଛ ମୁଳେ ପାଠ ପଢ଼ୁଥିବା ବେଳେ ଅତ୍ୟଧିକ ଖରା କିମ୍ବା ବର୍ଷା ହେଲେ ଉକ୍ତ ଝାଟିମାଟି ଘରେ କିଛି ସମୟ ପାଇଁ ପାଠ ପଢ଼ାଯାଇଥାଏ । ଚାଳ ଛପର ଘରଟିର ଚତୁପାର୍ଶ୍ୱ ମଧ୍ୟ ବିପଦ ସଂକୂଳ ଅବସ୍ଥା । ବିଭିନ୍ନ କିଟ ପତଙ୍ଗ ଓ ସାପ ବେଙ୍ଗଙ୍କର ପେଣ୍ଠସ୍ଥଳି ପାଲଟିଛି ଝାଟି ମାଟିର ଘର । ଅନ୍ୟାନ୍ୟ କୌଣସି ଉପାୟ ନଥିବାରୁ ସମୟ ସମୟେ ପିଲା ମାନଙ୍କୁ ଉକ୍ତ ସ୍ଥାନରେ ପାଠ ପଢ଼ାଇବାକୁ ଶିକ୍ଷକ ଶିକ୍ଷୟତ୍ରୀ ବାଧ୍ୟ ହୋଇଥାନ୍ତି । ସ୍ଥାୟୀ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଗ୍ରାମ ବାସୀ ମାନଙ୍କ ତରଫରୁ ବାରମ୍ବାର ଅଧିକାରୀ ଓ ରାଜନେତାଙ୍କ ନିକଟରେ ନିବେଦନ କରାଯାଇଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟିନଦେବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରତି ହାସ୍ୟଷ୍ପଦ ଅଟେ । Report by Binayak gosh 1Share Related Posts ଜାତୀୟ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ପ୍ରଶିକ୍ଷଣ ଓ ଆଲୋଚନାଚକ୍ର December 8, 2020 | 2005lindadavis1989 | ଅଧିକ ପଢନ୍ତୁ ବିଜେପିର ବିଜୟ ସଂକଳ୍ପ ସମାବେଶ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହେବ: ଧର୍ମେନ୍ଦ୍ର April 23, 2019 | Sandhan News | ଅଧିକ ପଢନ୍ତୁ ଦୁର୍ଘଟଣାରେ ଆହତ ଗୋମାତାଙ୍କୁ ଉଦ୍ଧାର କରି ଚିକିତ୍ସାବ୍ୟବସ୍ଥା କଲେ ସ୍ୱେଚ୍ଛାସେବି June 7, 2021 | Santosh Rout | ଅଧିକ ପଢନ୍ତୁ ତାଳଚେର: ସୁନା ଚେନ୍ ଲୁଟେରା ଗିରଫ June 28, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଜାତୀୟ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ପ୍ରଶିକ୍ଷଣ ଓ ଆଲୋଚନାଚକ୍ର December 8, 2020 | 2005lindadavis1989 | ଅଧିକ ପଢନ୍ତୁ
ବିଜେପିର ବିଜୟ ସଂକଳ୍ପ ସମାବେଶ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହେବ: ଧର୍ମେନ୍ଦ୍ର April 23, 2019 | Sandhan News | ଅଧିକ ପଢନ୍ତୁ
ଦୁର୍ଘଟଣାରେ ଆହତ ଗୋମାତାଙ୍କୁ ଉଦ୍ଧାର କରି ଚିକିତ୍ସାବ୍ୟବସ୍ଥା କଲେ ସ୍ୱେଚ୍ଛାସେବି June 7, 2021 | Santosh Rout | ଅଧିକ ପଢନ୍ତୁ