ଖବର ପ୍ରସାରଣ ହେବା ପରେ ସହାୟତା ର ହାତ ବଢାଇଲା ପ୍ରଶାସନ

Spread the love
କୋରାପୁଟ, ୦୧/୦୬ (ସନ୍ଧାନ ନିୟୁଜ)  : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ ଅନ୍ତର୍ଗତ ରାମଗିରି ପଞ୍ଚାୟତ ର କୋଟ୍ରାକୁଣ୍ଡ ରେ କାଳବୈଶାଖୀ ର କରାଳ ରୂପ ଦେଖିବାକୁ ମିଳିଛି ।ପ୍ରବଳ ପବନ ଯୋଗୁଁ କଟ୍ରାକୁଣ୍ଡ ଗ୍ରାମର ୧୫ରୁ ଉର୍ଦ୍ଧ୍ବ ଘର ନଷ୍ଟ ହୋଇଯାଇଛି ।ବିଶେଷ କରି ବୈପାରିଗୁଡା ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।ଅନେକ କ୍ଷତିଗ୍ରସ୍ତ ପରିବାର ଖୋଲା ଆକାଶ ତଳେ ଆଶ୍ରୟ ନେଉଛନ୍ତି ।ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।୧୫ରୁ ଉର୍ଦ୍ଧ୍ବ ଘରର ଛପର ଉଡିଯିବା ପରେ ଲୋକେ ବାତ୍ୟା ଫୋନି କି ମନେ ପକାଇଛନ୍ତି ।ଏହି ଖବର ପ୍ରସାରଣ ହେବା ପରେ ପ୍ରଶାସନ ତଥା ବୈପାରିଗୁଡା ତହସିଲ ପକ୍ଷରୁ ତହସିଲଦାର ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ଏବଂ ରାମଗିରି ଓ ହଲଦୀକୁଣ୍ଡ ପଞ୍ଚାୟତ ର ରାଜସ୍ଵ ନିରୀକ୍ଷକ ଶ୍ରୀଯୁକ୍ତ ବି.ଏନ.ମଣ୍ଡଳ ବୈପାରିଗୁଡା ବ୍ଳକ ଅନ୍ତର୍ଗତ ରାମଗିରି ପଞ୍ଚାୟତ ର କୋଟ୍ରାକୁଣ୍ଡ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡିକରେ ପହଞ୍ଚି କ୍ଷୟକ୍ଷତି ର ଆକଳନ କରି ଜରୁରୀକାଳୀନ ପାଇଁ ପଲିଥିନ ଜରି ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment