କପ୍ତିପଦା, ୨୦.୦୧.୨୦୨୧ (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ୍ କଳମଗଡିଆ ପଞ୍ଚାୟତ ନାଛିଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି, ଅଭାବନୀୟ ଦୃଶ୍ୟ ଗାଁକୁ ଆମ୍ବୁଲାନ୍ସ ପଶି ନପାରିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କୁ ଖଟିଆରେ ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀ। ସରକାର ଗ୍ରାମାଞ୍ଚଳରେ ବିକାଶର ଗୋଲାପୀ ଚିତ୍ର ଆଙ୍କୁଥିବା ବେଳେ ଏହି ଦୃଶ୍ୟ ଅସଲ ସ୍ଥିତିକୁ ପଦାରେ ପକାଇଛି । ସୂଚନାଯୋଗ୍ୟ; ଏହି ଗ୍ରାମର ଗୌର ସାମାଡ଼ଙ୍କ ପତ୍ନୀ ରାଧିକାଙ୍କର ଗତ ୧୭ ତାରିଖ ରାତିରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ହେଲେ ରାତିରେ ଜଙ୍ଗଲ ରାସ୍ତାରେ ଭାଲୁ, ଭୟ ଥିବାରୁ ଯନ୍ତ୍ରଣାକୁ ଚାପିରଖି ସକାଳ ଯାଏ ଅପେକ୍ଷା କରିଥିଲେ ଘରଲୋକେ । ସକାଳୁ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଖରାପ ରାସ୍ତା ପାଇଁ ଗ୍ରାମକୁ ଆମ୍ବୁଲାନ୍ସ ପଶିପାରିନଥିଲା । ୧ କିମି ଦୂରରେ ରଖିଥିଲା ଆମ୍ବୁଲାନ୍ସ ମହାନ୍ତ, ଲମ୍ବୋଦର ମହାନ୍ତ, ଇଏମଟି ସୁଦୀପ ମହାନ୍ତ ପ୍ରମୁଖ ଘରଲୋନଙ୍କ ସହ ମିଶି ପ୍ରସୃତିଙ୍କୁ ଖଟିଆରେ ବୋହି ଗାଡ଼ିଯାଏ ଆଣିଥିଲେ । ଏହାପରେ ପ୍ରସୂତିଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଆମ୍ବୁଲାନ୍ସ କର୍ମଚାରୀମାନେ ସିନା ନିଜ ମଣିଷପଣିଆ ଦେଖାଇ , ପ୍ରସୃତିଙ୍କ ଜୀବନ ବଞ୍ଚାଇଦେଲେ ହେଲେ ସରକାରୀ ବାବୁମାନେ କେବେ ନିଜ ଦାୟିତ୍ବ ବୁଝିବେ ଓ ଗ୍ରାମକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ କରାଇବେ ତାକୁ ହିଁ ଅପେକ୍ଷା ।
ଖଟରେ ବୁହାହେଲେ ପ୍ରସୂତି;
|
January 20, 2021 |
![](https://sandhannews.com/wp-content/uploads/2021/01/SAN-1.jpg)