କ୍ୟାବିନେଟ ବିସ୍ତାର: ନୂଆ କ୍ୟାବିନେଟରେ ୧୩ ଓକିଲ, ୬ ଡାକ୍ତର ୫ ଇଞ୍ଜିନିୟର – ୪୩ ଜଣ ନେବେ ଶପଥ, ଇସ୍ତଫା ଦେଲେ ଏହି ବଡ଼ ମନ୍ତ୍ରୀ

Spread the love

ନୂଆ ଦିଲ୍ଲୀ ୭-୭ (ସନ୍ଧାନ୍ ନ୍ୟୁଜ୍) ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନୂତନ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବାର ସମ୍ଭାବନା ରହିଛି। ଏଥିରେ ୧୮ ଜଣ ପୂର୍ବତନ ରାଜ୍ୟ ମନ୍ତ୍ରୀ ଏବଂ ୩୯ ଜଣ ପୂର୍ବତନ ବିଧାୟକଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶଂକା କରାଯାଉଛି। ପ୍ରଧାନମନ୍ତ୍ରୀ ତାଙ୍କ ନୂତନ ଦଳରେ ୨୩ ଜଣ ସାଂସଦଙ୍କୁ ଚୟନ କରିଛନ୍ତି ଯେଉଁମାନେ ତିନି କିମ୍ବା ଅଧିକ ଥର ନିର୍ବାଚନରେ ଜିତିଛନ୍ତି। ପ୍ରାୟ ୪୩ ଦଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

୧୧ ଜଣ ମହିଳାଙ୍କୁ ମଧ୍ୟ କ୍ୟାବିନେଟରେ ସୁଯୋଗ ଦିଆଯିବ। ଏହା ସହିତ କ୍ୟାବିନେଟରେ ୧୩ ଓକିଲ, ୬ ଜଣ ଡାକ୍ତର, ପାଞ୍ଚ ଜଣ ଇଞ୍ଜିନିୟର ରହିବେ ବୋଲି ଖବର ଆସୁଛି। ମୋଦୀଙ୍କ ନୂତନ ଦଳର ବ୍ଲୁ ପ୍ରିଣ୍ଟରେ ବରିଷ୍ଠତା, ଅଭିଜ୍ଞତା, ବୃତ୍ତିକୁ ପ୍ରାଧାନ୍ୟ ଦିଆଯାଉଛି। କ୍ୟାବିନେଟର ହାରାହାରି ବୟସ ପ୍ରାୟ ୫୮ ବର୍ଷ ହେବ।

ଇତି ମଧ୍ୟରେ କେତେକ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ର କେମିକାଲ୍ସ ଏବଂ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୋୌଡା। ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରୀଆଲ ନିଶଙ୍କ, ଶିକ୍ଷା ରାଜ୍ୟ ମନ୍ତ୍ରୀ ସଞ୍ଜୟ ଧୋତ୍ରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଏତଦ୍ ବ୍ୟତୀତ ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ରାଓ ସାହେବ ଦାନଭେ ପାଟିଲ ଇସ୍ତଫା ଦେଇଛନ୍ତି। ଅମ୍ବାଲା ସାସଂସଦ ରତନଲାଲ କାଟାରିଆ ଇସ୍ପା ଦେଇଛନ୍ତି। ଏବେ ସିରସାରୁ ସାଂସଦ ସୁନୀତା ଦୁଗଲ ଲୋକସଭା ସାଂସଦ କ୍ୟାବିନେଟରେ ଯୋଗଦେବେ। କ୍ୟାବିନେଟ ବିସ୍ତାର ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଶ୍ରମ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥାଯେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଇସ୍ତଫା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।। MSME ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ।

Related Posts

About The Author

Add Comment