ଧର୍ମଶାଳା ୧୦/୧୧ (ସନ୍ଧାନ ନିୟୁଜ୍) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କ୍ଷେତ୍ରପାଳ ପଂଚାୟତ ସରପଂଚ ଉପନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇଯାଇଛି । ଏହି ପଦବୀ ପାଇଁ ଶାନ୍ତିଲତା ସାହୁ, ବୈଜୟନ୍ତୀ ସାହୁ ଓ ଅର୍ଚ୍ଚନା ସାହୁ ଗତ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୭ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିଲା । ସୂଚନା ଯୋଗ୍ୟ, ଏଠାକାର ସରପଂଚ ମନ୍ଦାକିନୀ ପରିଡାଙ୍କ ଗତବର୍ଷ ସେପ୍ଟେମ୍ବର ୧୦ ତାରିଖରେ ସର୍ପାଘାତରେ ମୃତୁ୍ୟବରଣ କରିଥିଲେ । ଏହି ପଦବି ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଆସନ୍ତା ୨୭ ତାରିଖ ସକାଳ ୭ଟା ଠାରୁ ୧୨ ଟା ଯାଏ ଭୋଟ ଗ୍ରହଣ ହେବ ବୋଲି ଜଣାପଡିଛି । ସେହିପରି ୪ଟି ୱାର୍ଡସଭ୍ୟ ପାଇଁ ୫ ଜଣ ନାମାଙ୍କନ ଦାଖଲ କରିଥିଲା ବେଳେ ଜଣେ ପାର୍ଥୀ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି । ଜଣେ ଲେଖାଏଁ ପାର୍ଥୀ ଥିବାରୁ ପଟୁଣିଆ ପଂଚାୟତର ୯ ନଂ ୱାର୍ଡ ପାଇଁ ସରସ୍ୱତୀ ଗନ୍ତାୟତ, ଚକ୍ରଧରପୁର ପଂଚାୟତର ୭ ନଂ ୱାର୍ଡ ପାଇଁ ରୀନାରାଣୀ ବଳ ଓ ଅରାବଳ ପଂଚାୟତର ୧୪ ନଂ ୱାର୍ଡ ପାଇଁ ଅଜୟ ସାମଲ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିସହ ନେଉଳପୁର ପଂଚାୟତର ୧୨ ନମ୍ବର ୱାର୍ଡସଭ୍ୟ ପଦବି ପାଇଁ ସେକ୍ ଚାରୁ ଓ ସେକ୍ ଜାଇୟାତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ସେକ୍ ଚାରୁ ନାମାଙ୍କନପତ୍ର ପ୍ରତ୍ୟାହାର କରିନେବାରୁ ସେକ୍ ଜାଇୟାତ ୱାର୍ଡସଭ୍ୟ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
କ୍ଷେତ୍ରପାଳ ସରପଂଚ ପଦ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା
|
November 10, 2019 |