କ୍ରସର ପରିଚାଳକଙ୍କୁ ହତ୍ୟା, ହତ୍ୟାକରୀକୁ ତୁରନ୍ତ ଗିରଫ ଦାବି

Spread the love

ଯାଜପୁର/ଜେନାପୁର ୧୦/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାଘୁଆ ଏସ ଏସ ଷ୍ଟୋନ କ୍ରସର ପରିଷରରେ ଥିବା ଅଫିସ ଗୃହରୁ କ୍ରସର ମାନେଜରର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମ୍ୟାନେଜରଙ୍କ ନାମ ଚିତ୍ତରଞ୍ଜନ ସାହୁ (୩୦) । ଖବର ନେବାରେ ଜଣାଯାଏ ଚିତ୍ତରଂଜନର ନିଜ ଘର ବଡଚଣା ବ୍ଲକ ଭୁଷଣ୍ଡପୁର ପଂଚାୟତର ଖଟୁଆପଡା ଠାରେ ହୋଇଥିବା ବେଳେ ଆଜକୁ ୪ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସେ ସମୀର ସାହୁ ନାମକ କ୍ରସର ମାଲିକଙ୍କ ଏହି କ୍ରସରରେ ମ୍ୟାନେଜର ଭାବରେ କାର୍ଯ୍ୟ କରି ଆସୁଥିଲେ । ଆଜି ତାଙ୍କର ମୃତ ଦେହ ଅଫିସ ଘର ଭିତରେ ଝୁଳୁଥିବା ଦେଖି କ୍ରସରର ଅନ୍ୟ କର୍ମଚାରୀ ମାନେ ମୃତଦେହକୁ ଉଦ୍ଧାର କରିଥିବା କÿହୁଥିବା ବେଳେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜେନାପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପରଷ୍ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚôଥିଲେ ମଧ୍ୟ କ୍ରସରମାଲିକ କିମ୍ବା କର୍ମଚାରୀ ମାନେ ତାଙ୍କୁ ଖବର କହିନଥିବା ପରିବାର ଲୋକମାନେ କହିଛନ୍ତି । ବେକରେ ଗାମୁଛା ଲଗାଇ ମରିଥିବା କ୍ରସର ତରଫରୁ ସଫେଇ ଦିଆଯାଇଛି । ମୃତ ଚିତ୍ତରଂଜନର ଭାଇ ମାନସ ସାହୁଙ୍କ କହିବାନୁଯାଇ ସେମାନେ ଆସି ଦେଖିଲା ବେଳକୁ ମୃତଦେହକୁ ତଳେ ଶୁଆଇ ଦିଆଯାଇଛି । ସେ ଜଣେ ସଚ୍ଚୋଟ ଲୋକ ଥିଲେ । ତେଣୁ ତାଙ୍କ ପ୍ରତି କେହି ଅସହିଷ୍ଣୁ ହୋଇ ହତ୍ୟା କରିଛି । ତେବେ ମୃତ ଦେହରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳିନଥିଲା । ଗତ କିଛିଦିନ ପୁର୍ବେ କ୍ରସରରେ ତାଙ୍କ ସହ କାହାର ପାଟିତୁଣ୍ଡ ହୋଇଥିବା ନେଇ ସୁଣିବାକୁ ମିଳିଛି । ତେବେ ଏ ନେଇ କିଛି ସ୍ପଷ୍ଟ ସୁଚନା ମିଳିପାରି ନାହିଁ । ପୋଲିସ ପଚରା ଉଚରା ସମୟରେ ଅନ୍ୟ କର୍ମଚାରୀ ମାନଙ୍କ ବୟାନରେ ତାଳ ମେଳ ରହୁ ନଥିବା ସୁଣିବାକୁ ମିଳୁଛି । ପ୍ରଥମିକ ତଦନ୍ତରୁ ଏହା ଏକ ଅପମୃତ୍ୟୁ ମାମଲା ବୋଲି ତଦନ୍ତ ଅଧିକାରୀ ଅକ୍ଷୟ କୁମାର ବେହେରା ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାହାକିଛି ଜଣା ପଡିବ ବୋଲି କହିଛନ୍ତି । ଏ ନେଇ ଜେନାପୁର ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣା ଯାଇଛି । ତେବେ କ୍ରସରଟି ଦୀର୍ଘଦିନ ଧରି ବେଆଇନ ଭାବରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଜମି ଉପରେ ଚାଲିଥିଲେ ମଧ୍ୟ ପ୍ରଶାସନ ଏହା ଉପରେ କାହିଁକି କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାକୁ ନେଇ ଗ୍ରାମବାସୀମାନଙ୍କ ତରଫରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related Posts

About The Author

Add Comment