କୋରୋନା ମୁକାବିଲା : ଦିନମଜୁରିଆଙ୍କ ଭତ୍ତା ଦେବେ ୟୁପି ସରକାର

Spread the love

ଭୁବନେଶ୍ୱର, ୨୩/୦୩ (ସନ୍ଧାନ ନିୟୁଜ) : ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ଲକଡାଉନ ଘୋଷଣା କରାଯାଇଛି। ଏହାଦ୍ଵାରା ମଜୁରିଆ, ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଦାନାପାଣି ଉପରେ ଗଭୀର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ସେମାନଙ୍କ ଭରଣପୋଷଣ ପାଇଁ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ଵାରା ଦିନମଜୁରିଆ କିମ୍ବା ଶ୍ରମିକ ଭାବେ ଚିହ୍ନଟ ହୋଇଥିବା ଲୋକମାନଙ୍କୁ ପ୍ରତିମାସ 1000 ଟଙ୍କା ଭତ୍ତା ମିଳିବ।

ଶ୍ରମିକଙ୍କ ଭରଣପୋଷଣ ପାଇଁ ଭତ୍ତା ଦେବାକୁ ଶ୍ରମ ବିଭାଗକୁ ଦାୟିତ୍ଵ ଦିଆଯାଇଥିବା ବେଳେ ଅନ୍ୟ ଶ୍ରେଣୀର ଦିନମଜୁରିଆଙ୍କୁ ଭତ୍ତା ଦେବାକୁ ରାଜସ୍ଵ ବିଭାଗକୁ ଦାୟିତ୍ଵ ଦିଆଯାଇଛି। ଏତଦ୍ ବ୍ୟତୀତ ଅନ୍ତର୍ଦୋୟ, ମନରେଗା, ଏବଂ ଶ୍ରମ ବିଭାଗରେ ପଞ୍ଜିକୃତ ପ୍ରାୟ ଏକ କୋଟି 65 ଲକ୍ଷ 31 ହଜାର ଶ୍ରମିକ, ମଜୁରିଆଙ୍କୁ 20 କିଲୋ ଗେହୁ, ଏବଂ 15 କିଲୋ ଚାଉଳ ସାର୍ବଜନିକ ବିତରଣ ପ୍ରଣାଳୀରେ ନିଶୁକ୍ଳ ଭାବରେ ଦେବାକୁ ଯୋଗୀ ସରକାର ଘୋଷଣା କରିଛନ୍ତି। ଏହାଦ୍ଵାରା 94.50 କୋଟି ବ୍ୟୟ ହେବ ବୋଲି ଅଟକଳ କରାଯାଇଛି।

Related Posts

About The Author

Add Comment