ରାଉରକେଲା, ୨୫/୦୩ (ସନ୍ଧାନ ନିୟୁଜ): ଚାରିଆଡେ କୋରୋନା ଆତଙ୍କ । କୋରୋନାକୁ ନେଇ ରାଉରକେଲା ରେଳଷ୍ଟେସନ ଖାଁ ଖାଁ । । ପ୍ରତିଦିନ ପ୍ଲାଟଫର୍ମରେ ଯେଭଳି ଭିଡ ପରିଲକ୍ଷିତ ହୁଏ ସେଭଳି ଆଜି ଷ୍ଟେସନରେ ଲୋକଙ୍କୁ ଦେଖିବାକୁ ମିଳିନାହିଁ । ହାତ ଗଣତି କିଛି ଲୋକ ଟ୍ରେନରେ ଦେଖାଯାଇଥିଲେ । ମହାମାରୀ କୋରନାକୁ ନେଇ ଆସନ୍ତାକାଲି ସାରା ଦେଶରେ ସକାଳ 7ରୁ ରାତି 9 ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରାଯିବ । ରାଉରକେଲା ଷ୍ଟେସନ ଭିତରେ ଓ ବାହାରେ ଯେଉଁଭଳି ଭିଡ଼ ସବୁଦିନ ଦେଖିବାକୁ ମିଳେ ତାହା ଆଜି ଦେଖାଯାଇନଥିଲ। । ସାଧାରଣ ଦିନରେ ପାସେଞ୍ଜର ଟ୍ରେନରେ ପ୍ରବଳମାତ୍ରାରେ ଭିଡ଼ ଦେଖାଯାଏ କିନ୍ତୁ ଆଜି କୌଣସି ଟ୍ରେନରେ ଭିଡ ଦେଖାଯାଇନାହିଁ ।
କୋରୋନା ଆତଙ୍କ: ରାଉରକେଲା ରେଳଷ୍ଟେସନ ଖାଁ ଖାଁ
|
March 25, 2020 |



