କୋରୋନା ଆକ୍ରାନ୍ତଙ୍କୁ HIV ମେଡିସିନରେ ଆରୋଗ୍ୟ କଲେ ଭାରତୀୟ ଡାକ୍ତରୀଦଳ

Spread the love
ଜୟପୁର,୧୧/୦୩ (ସନ୍ଧାନ ନିୟୁଜ) : କୋରୋନା କଳା ବାଦଲ ଏବେ ଭାରତ ଆକାଶରେ । ଦିନକୁ ଦିନ ଏହି ଦୁଃସାଧ୍ୟ, ଜୀବନନାଶକ ଭାଇରସ ଭାରତରେ ଭୟର ବାତାବରଣ ଖେଳାଇବାରେ ଲାଗିଛି । ଦେଶରେ ସନ୍ଦିଗ୍ଧ, ଆକ୍ରାନ୍ତ ଓ ସଂକ୍ରମିତଙ୍କ ରିପୋର୍ଟ ବଢିବାରେ ଲାଗୁଛି । ଅନେକ ଅସାଧ୍ୟ ରୋଗକୁ ଆୟତ୍ତ କରିଥିବା ଚିକିତ୍ସା ବିଜ୍ଞାନ ବର୍ତ୍ତମାନ ସୁଦ୍ଧା କୋରୋନା ଆଗରେ ନାଚାର । ପ୍ରତିକାର ପାଇଁ ବାହାରିନାହିଁ ନିରାକରଣର ସୂତ୍ର, ଉପଚାର ପାଇଁ ଔଷଧ । ମାତ୍ର ଭାରତୀୟ ବୈଜ୍ଞାନିକଙ୍କ ଏକ ସଫଳ ଓ ବିରଳ ଉଦ୍ୟମ ଏବେ ଚର୍ଚ୍ଚାରେ । ରାଜସ୍ଥାନ ଡାକ୍ତରୀଦଳ କୋରୋନା ଭାଇରସରେ ସଂକ୍ରମତି ରୋଗୀଙ୍କୁ ଏଚ. ଆଇ.ଭି ଔଷଧ ଦେଇ ଆରୋଗ୍ୟ କରିଛନ୍ତି । ଚନା ଯେ, ରାଜସ୍ଥାନର ସାୱାଇ ମ୍ୟାନ୍ ସିଂ (ଏସ୍ଏମ୍ଏସ୍) ଡାକ୍ତରଖାନାର ଡାକ୍ତରମାନେ ଏଚ୍‌ଆଇଭି, ସ୍ବାଇନ୍ ଫ୍ଲୁ ଏବଂ ମ୍ୟାଲେରିଆ ଔଷଧର ମିଶ୍ରଣ ବ୍ୟବହାର କରି ଜଣେ ଇଟାଲୀୟ କୋରୋନା ଭାଇରସ୍ (COVID -19) ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିଛନ୍ତି ।

ଏହି ରୋଗୀ 23 ଜଣିଆ ଇଟାଲୀୟ ପର୍ଯ୍ୟଟକ ଦଳ ଭାବରେ ତାଙ୍କ ସ୍ବାମୀଙ୍କ ସହ ଭାରତ ଆସିଥିଲେ । ଏହାସହ ସେମାନେ ରାଜସ୍ଥାନର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିଥିଲେ । ସେତେବେଳେ ତାଙ୍କ ଠାରେ କୋରୋନା ନେଗେଟିଭ ରିପୋର୍ଟ ରହିଥିଲା । ଏହି ଗ୍ରୁଫରେ ରୋଗରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ପ୍ରଥମ କୋରୋନା ସନ୍ଦିଗ୍ଧ ରହିଥିଲେ । ପରେ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ତାଙ୍କୁ ମାର୍ଚ୍ଚ 3ରେ କୋରୋନା ମାମଲାରେ ପଜେଟିଭ ରିପୋର୍ଟ ଭାବରେ ରିପୋର୍ଟ ଆସିଥିଲା । ତା ପରଦିନ ତାଙ୍କ ପତ୍ନୀଙ୍କ ଠାରେ ମଧ୍ୟ କୋରୋନା ପଜିଟିଭ୍ ରିପୋର୍ଟ ଆସିଥିଲା ।ପରେ କୋରୋନା ସଂକ୍ରମିତଙ୍କୁ ଆରୋଗ୍ୟ କରିବା ପାଇଁ ସାୱାଇ ମ୍ୟାନ୍ ସିଂ (ଏସଏମଏସ)ର ଡାକ୍ତରୀଦଳ HIV ଚିକିତ୍ସା ପାଇଁ ଦୁଇଗୋଟି ଆବଶ୍ୟକୀୟ ଔଷଧର ମିଶ୍ରଣ କରି ପ୍ରଥମେ ଚିକିତ୍ସା କରିଥିଲେ । ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ ବିଭାଗ) ରୋହିତ କୁମାର ସିଂ କହିଛନ୍ତି, ଯେ, ସେ ରୋଗୀଙ୍କୁ ଦିନକୁ ଦୁଇଥର ଲୋପିନାଭିର 200mg / ରିଟୋନାଭିର 50mg ର ମିଶ୍ରଣ ଦେଇଥିଲୁ ।ଏଚ୍‌ଆଇଭି ଔଷଧର ମିଶ୍ରଣ କରି ଚିକିତ୍ସା କରିବା ପ୍ରୋଟୋକଲକୁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସନ୍ତୁଷ୍ଟି ପ୍ରକାଶ କରିଥିଲା । ଏହା ବ୍ୟତୀତ ଡାକ୍ତରମାନେ ତାଙ୍କୁ ଓସେଲଟାମିଭିର, ସ୍ବାଇନ୍ ଫ୍ଲୁ ଚିକିତ୍ସାରେ ଉପଯୋଗୀ ଏବଂ ମ୍ୟାଲେରିଆ ଚିକିତ୍ସାରେ ଉପଯୋଗୀ କ୍ଲୋରୋକାଇନ୍ ମଧ୍ୟ ଦେଇଥିଲେ।

Related Posts

About The Author

Add Comment