କୋରେଇ ନିର୍ବାଚନ ମଣ୍ଡଳି: ବିଜେଡି ଟିକେଟ ପାଇଁ ଜନ୍ମଭୂମୀ, କର୍ମଭୂମୀ ମଧ୍ୟରେ ଲଢେଇ

Spread the love

ଯାଜପୁର ୨୮/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ଆଜି ଆଂଚଳିକ ଦଳ ବିଜେଡି ପକ୍ଷରୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ଲୋକସଭା ଓ ୩୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେଲେ ଦଳୀୟ ଟିକେଟ ବଂଟନକୁ ନେଇ ରହିଥିବା ଅପେକ୍ଷାର ଅନ୍ତ ଘଟିିନାହିଁ । ଏବେ ବି ଅନେକ ବିଧାୟକ ଓ ସାଂସଦଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ଏହି କ୍ରମରେ ଯାଜପୁର ଜିିଲାରେ ୭ଟି ବିଧାସନସଭା ନିିର୍ବାଚନ ମଣ୍ଡଳିରୁ ଦଳ ପକ୍ଷରୁ ୩ଟି ନିର୍ବାଚନ ମଣ୍ଡଳିରେ ଟିକେଟ ଘୋଷଣା କରାଯାଇଛି । ଆହୁରୀ ବାକି ଥିବା ୪ଟି ବିଧାନସଭା ଆସନ ପାଇଁ ଦଳ ଟିକେଟ ଘୋଷଣା ନିଷ୍ପତ୍ତିକୁ ଝୁଲାଇ ରଖିଛି । ତେବେ ଏଥି ମଧ୍ୟରୁ କୋରେଇ ନିର୍ବାଚନ ମଣ୍ଡଳି ଟିକେଟକୁ ନେଇ ରହିଥିବା ସନେ୍ଦହ ଦୃଢିଭୂତ ହେବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳିରେ ଦଳୀୟ ଟିକେଟ ପାଇଁ ଜନ୍ମଭୂମୀ ଓ କର୍ମଭୂମି ମଧ୍ୟରେ ଲଢେଇ ଏବେ ବି ଜାରି ରହିଛି । ହେଲେ ଏ ଦିଗରେ ଜିଲାରୁ ଯାଇଥିବା ଦଳୀୟ ପର୍ଯ୍ୟବେକ୍ଷକ ଓ ଗୁଇନ୍ଦା ରିପୋର୍ଟ କଣ କହୁଛି । ଦଳ କାହା ଉପରେ ଭରଷ ଜୁଟାଉଛି । ଟିକେଟ କାହା ସପକ୍ଷରେ ଯାଉଛି ତା ଉପରେ ସମସ୍ତଙ୍କର ନଜର ରହିଛି ।

ଯାଜପୁର ଜିଲାରେ ବିଜୁ ଜନତାଦଳ ଟିକେଟ ଘୋଷଣା ପରେ ଟିକେଟ ହାତେଇ ଥିବା ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ପ୍ରକାଶ ପାଇଛିି । ବିଭିନ୍ନ ସ୍ଥାନରେ ସମର୍ଥକମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି । ତେଣେ ଟିକେଟ ଘୋଷଣା ହୋଇନଥିବା ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ହତାଶା ଓ ନୈରାଶ୍ୟ ଭାବ ଦେଖାଦେଇଛି । ଏ ସବୁ ଦିଗରେ ଜିଲାର କୋରେଇ ନିିର୍ବାଚନ ମଣ୍ଡଳି ଆଗରେ ରହିଛି । ଏଠାରେ ଟିକେଟକୁ ନେଇ ବିଧାୟକ ଆକାଶ ଦାସନାୟକ ଓ ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିବା ଚର୍ଚ୍ଚା ହେଉଛି । ଏହି ନିର୍ବାଚନ ମଣ୍ଡଳିରେ ଦୁଇ ନେତା ସମାନ୍ତରାଳ ସଂଗଠନ ଚଳାଇଥିବା ଘଟଣା ଚର୍ଚ୍ଚା ଓ ଆଲୋଚନାକୁ ସ୍ପଷ୍ଟ ହୋଇଯାଇଛି । ଉଭୟ ବିଧାୟକ ଏହି ନିର୍ବାଚନ ମଣ୍ଡଳିରେ ପୃଥକ ପୃଥକ ବୁଥ୍ କମିଟି ଗଠନ କରିବାରେ ଲାଗିପଡିଛନ୍ତି ।

ବିଧାୟକ ଶ୍ରୀ ଦାସନାୟକଙ୍କ ସମର୍ଥକମାନେ କୋରେଇ ମାଟିର ପୁଅକୁ ପ୍ରାର୍ଥୀ କରାଅ ବିଦେଶୀ ହଟାଓ ନାରା ଦେଉଛନ୍ତି । ଅନ୍ୟପକ୍ଷରେ କୋରେଇ ବିଧାନ ସଭା ଟିକେଟ ହାତେଇ ପିତା ସ୍ୱର୍ଗତ ଅଶୋକ ଦାସଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ପୁତ୍ର ବବି ଦାସ ଆଶା ପ୍ରକଟ କରିଛନ୍ତି ବୋଲିି ତାଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛିି । ଇତି ମଧ୍ୟରେ ଶ୍ରୀ ଦାସ ତାଙ୍କ ସମର୍ଥକ ଜରିଆରେ ବିଧାୟକଙ୍କ ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଗୋଟାଇବା ପ୍ରକ୍ରିୟା ଜୋରଦାର କରିଛନ୍ତି । କେତେକ ସ୍ଥାନରେ ସ୍ଥାନୀୟ ବିଧାୟକ ଶ୍ରୀ ଦାସନାୟକଙ୍କ ବିରୁଦ୍ଧରେ କଣଠେସା ହୋଇଥିବା ଦଳୀୟ କର୍ମୀମାନେ ମେଳି ହେଲେଣି । ଚଳିତ ନିର୍ବାଚନରେ ଆକାଶକୁ ବିରୋଧ କରିବେ ବୋଲି ଖୋଲାଖୋଲି ଘୋଷଣା କରିବା ବି ଆରମ୍ଭ କଲେଣି । ରବିବାର ଦ୍ିନ ରସୁଲପୁର ବ୍ଲକର ନରସିଂହପୁର ପଂଚାୟତରେ ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ନେଇ ଅନୁଷ୍ଠିତ ରାତି ଅଧିଆ ବୈଠକକୁ ଉଦାହରଣ ଭାବରେ ନିିଆଯାଇ ପାରେ । ଏହି ବୈଠକରେ ବ୍ଲକର ୯ଗୋଟି ପଂଚାୟତର ଅସନ୍ତୁଷ୍ଟ ନେତା ଓ ଶତାଧିକ କର୍ମୀ ଯୋଗଦେଇ ବିଧାୟକ ବିରୋଧୀ ମନ୍ତବ୍ୟମାନ ଦେଇଥିଲେ । ଅନ୍ୟପକ୍ଷରେ ବିଧାୟକଙ୍କ ସମର୍ଥକମାନେ ତାଙ୍କୁ ଟିକେଟ ଦେବାକୁ ଦାବି କରି ବିଭିନ୍ନ ସ୍ଥାନରେ ମେଳି କର୍ୁଛନ୍ତି । ଆକାଶ ଏହି ମାଟିର ପୁଅ । ଏହା ଏକ ବଳିଷ୍ଠ ଆଧାର ବୋଲି ମନେକରି ସମର୍ଥକମାନେ ଏଭଳି ଦାବି କରିଆସୁଛନ୍ତି । ଟିକେଟ ନମିଳିଲେ ସମର୍ଥକମାନେ ଦଳ ଛାଡିିବେ ବୋଲି ଧମକ ଦେଉଛନ୍ତି । ତାଙ୍କୁ ଟିକେଟ ନିଶ୍ଚିତ ଟିକେଟ ମିଳିବ ବୋଲି ଖୋଦ୍ ବିଧାୟକ ରସୁଲପୁର ବ୍ଲକର ମଧୁବନ ଠାରେ ଅନୁଷ୍ଠିତ ଏକ କର୍ମୀ ସମ୍ମିଳନୀରେ ଖୋଲାଖୋଲି ଘୋଷଣା କରିଥିଲେ । ମାତ୍ର ପରବର୍ତ୍ତି ସମୟରେ ଅନୁଷ୍ଠିତ ବୈଠକରେ ଟିକେଟ ଦାବିକୁ ନେଇ ବିଧାୟକ କୋହଳ ମନୋଭାବ ପୋଷଣ କରିଥିବା କୁହାଯାଉଛି ।

ଯାଜପୁର ରୋଡଠାରେ ଅନୁଷ୍ଠିତ ଏକ ବୈଠକରେ ଟିକେଟ ପାଇଁ ବ୍ୟସ୍ତ ନହୋଇ ଦଳର ସଂଗଠନକୁ ମଜବୁତ୍ କରିବା ପାଇଁ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେବା ଘଟଣାରୁ ଏହା ସ୍ପଷ୍ଟ ଅନୁମେୟ ହେଉଛି । ଟିକେଟକୁ ନେଇ ଦୁଇ ବିଧାୟକଙ୍କ ମଧ୍ୟରେ ଟଣାଓଟରା ଭିତରେ ଦଳରୁ ଟିକେଟ ଆଶାରେ ଥିବା ଅନ୍ୟ ନେତାଙ୍କ ଭାଗ୍ୟ ସାୂତାଖିରେ ଝୁଲୁଛି । ଅନ୍ୟ ଆଶାୟୀମାନଙ୍କୁ ବୁଝାଇସୁଝାଇ ଦଳ ହାଇକମାଣ୍ଡଙ୍କ ସମ୍ମୁଖରେ ନିଜ ସପକ୍ଷରେ ମତ ରଖିବାକୁ ପ୍ରୟାସ ଜାରି ରହିଛି । ଏ ସବୁ ସତ୍ୱେ ରାଜନୈତିକ ସମୀକ୍ଷକମାନେ ଚଳିତ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରେ ଇତିହାସ ଦୋହରାଇବ ବୋଲି ରଖିଥିବା ମତ ସତ ହେବାକୁ ଯାଉଛି । ତେବେ ଦଳ ଏଠି କାହାକୁ ଭରସା କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । ଦଳ ପକ୍ଷରୁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାପରେ ଏହି ନିର୍ବାଚନ ମଣ୍ଡଳିରେ ରାଜନୈତିକ ଉଷ୍ମତା ଓ କଳ୍ପନା ଜଳ୍ପନା ବଢି ଯାଇଛି ।

Related Posts

About The Author

Add Comment